ବଲାଙ୍ଗିର, ରେଳ ବିଭାଗର ମହିଳା ସୁଇପର ବି. ରେଡ୍ଡୀଙ୍କ ହଜିଥିବା ମୋବାଇଲ ଓ ମନିପର୍ସ ଟଙ୍କା ଫେରାଇ ମାନବିକତା ଓ ମଣିଷ ପଣିଆର ପରିଚୟ ଦେଇଛନ୍ତି ସୁବର୍ଣ୍ଣପୁରର ଝିଅ ବିଜୟିନୀ ରଥ।
ପ୍ରକାଶ ଥାଉ କି, ହାଇଦ୍ରାବାଦର ଏକ ସାମାଜିକ ଉତ୍ସବରେ ଯୋଗଦେଇ ସୁବର୍ଣ୍ଣପୁର ବଡ଼ ବଜାରର ବୃନ୍ଦାବନ ରଥଙ୍କ ପରିବାର ଲୋକେ ଫେରୁଥିବା ବେଳେ ଗତ ୩ ତାରିଖ ରେ ସିକନ୍ଦାରବାଦ ୪ ନମ୍ବର ପ୍ଲାଟଫର୍ମରେ ଏକ ଦାମିକା ମୋବାଇଲ, ଦୁଇ ହଜାର ଟଙ୍କା ଓ କିଛି ଜରୁରୀ କାଗଜପତ୍ର ଥିବା ଏକ ମନିପର୍ସ କୁ ଶ୍ରୀ ରଥଙ୍କ ବିବାହିତା ଝିଅ ବିଜୟିନୀ ପାଇଥିଲେ। ପ୍ରାୟତଃ ଲୋକେ ମୋବାଇଲ ଟଙ୍କା କିଛି ମୂଲ୍ୟବାନ ଜିନିଷ ପାଇବା ପରେ ତୁରନ୍ତ ଜାଗା ଛାଡି ଫେରାର ମାରିବା ଘଟଣା ଆପଣ ଦେଖିଥିବେ ଓ ଶୁଣିଥିବେ। କିନ୍ତୁ, ଏଠି ବିଜୟିନୀଙ୍କ କ୍ଷେତ୍ରରେ ଘଟିଛି କିଛି ଅଲଗା। ସିକନ୍ଦରାବାଦ ଷ୍ଟେସନରେ ଅଟକି ଥିବା ଓ ଟ୍ରେନ ଛାଡିବାର ମାତ୍ର ୧୦/ ୧୫ ମିନିଟ ଭିତରେ ପ୍ଲାଟଫର୍ମରେ ପାଇଥିବା ଏ ସବୁ ଜିନିଷ ତୁରନ୍ତ କେମିତି ହଜାଇଥିବା ଲୋକଙ୍କୁ ଫେରାଇ ନିଜର ଭାରାକ୍ରାନ୍ତ ମନକୁ ହାଲକା କରିବେ ସେ ନେଇ ବିଜୟିନୀ ଖୁବ ବ୍ୟସ୍ତ ବିବ୍ରତ ହୋଇ ପଡୁଥିବା ବେଳେ ହଜିଥିବା ମୋବାଇଲକୁ ବ୍ୟସ୍ତ ବିବ୍ରତ ସ୍ବରରେ ଫୋନ କଲ ଆସିଲା, ମ୍ଯାଡାମ ଆପଣ କେଉଁଠି ପ୍ଲିଜ ମୋ ଫୋନ ଆଉ ଟଙ୍କା ଫେରାଇ ଦିଅନ୍ତୁ, ଆଉ ଏପଟୁ ବିଜୟିନୀ ଖୁସିରେ ଉତ୍ତର ଦେଲେ ବ୍ୟସ୍ତ ହୁଅନ୍ତୁ ନି ଆପଣ ୪ ନମ୍ବର ପ୍ଲାଟଫର୍ମକୁ ତୁରନ୍ତ ପହଂଚି ଜିନିଷ ସବୁ ନେଇଯାଆନ୍ତୁ। ଦୁଇ ମିନିଟ ବାକି ଥିଲା ସମୟ ଟ୍ରେନ ଛାଡିବା। ଆଉ ଠିକ ସେତିକି ବେଳେ ରେଲୱେ ସୁଇପର ବି. ରେଡ୍ଡୀ ହାତ ହଲାଇ ଦୌଡ଼ି ଦୌଡ଼ି ଆସୁଥିଲେ। ବିଜୟିନୀଙ୍କ ପାଖରୁ ସବୁ ଜିନିଷ ଉଦ୍ଧାର କରି ହୃଦୟରୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଥିଲେ। ସେଇ ଖୁସିର ମୁହୂର୍ତ୍ତକୁ ଷ୍ଟେସନର ଲୋକେ ଦେଖୁଥିବା ସମୟରେ ଟ୍ରେନ ଗଡ଼ିବା ଆରମ୍ଭ ହୋଇଯାଇଥିଲା, ଆଉ ବିଜୟିନୀ ମଧ୍ୟ ଶ୍ରୀମତୀ ରେଡ୍ଡୀଙ୍କୁ ଖୁସି ଓ ବିନମ୍ରତାର ସହିତ ପ୍ରତି ନମସ୍କାର ଜଣାଇ ଖୁବ ତରବରରେ ଟ୍ରେନ ବଗିକୁ ଦୌଡ଼ି ଚଢ଼ିଥିଲେ। ଆଉ ଏଇ କାହାଣୀ ଓ ଦୃଶ୍ୟ ସିନେମା ଠୁଁ କିଛି କମ ନୁହେଁ। କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସେ। ତାଙ୍କର ଏହି ସହୃଦୟତା ପାଇଁ ଏବେ ସବୁ ମହଲରୁ ତାଙ୍କୁ ମିଳିଛି ଭୁରି ଭୁରି ପ୍ରଶଂସା। ଏଡ଼ଭୋଜେଟ ଶ୍ରୀମତୀ ରଥଙ୍କ ଏଭଳି ପ୍ରୟାସ ଓ ମହତ କାର୍ଯ୍ୟକୁ ସୁବର୍ଣ୍ଣପୁର, କଳାହାଣ୍ଡି ସହର ଓ କଟକ ହାଇକୋର୍ଟ ଅଞ୍ଚଳରେ ଭୁୟସୀ ପ୍ରଶଂସା କରାଯାଇଥିବା ବେଳେ ଆଗାମୀ ଯୁବ ପିଢୀଙ୍କୁ ଏହା ପ୍ରେରଣାର ବାର୍ତ୍ତା ଦେବ ନିଶ୍ଚିତ। ବିଜୟିନୀଙ୍କ ବାପା ବୃନ୍ଦାବନ ରଥ ଯିଏ କି ଦୀର୍ଘ ବର୍ଷରୁ ସୁବର୍ଣ୍ଣପୁରର କୁଷ୍ଠାଶ୍ରମକୁ ଯାଇ ପ୍ରତିଦିନ କୁଷ୍ଠ ରୋଗୀଙ୍କ ସେବା ଓ ତାଙ୍କ ଦୁଃଖ ସୁଖରେ ସାମିଲ ହୋଇ ଆସିଛନ୍ତି। ବାପା, ମା ଓ ଭାଇ ନାରାୟଣ ରଥ ସ୍ଵଚ୍ଛ ଭାରତ ସୋନପୁରର ସଦସ୍ୟ ଥିବା ବେଳେ ହାଇକୋର୍ଟରେ ଲ ପ୍ରାକ୍ଟିସ କରୁଥିବା ବିଜୟିନୀଙ୍କ ସ୍ଵାମୀ ବଲାଙ୍ଗିର ସଇଁତଳାରେ ଆୟୁଷ ଡାକ୍ତର ଭାବେ କାର୍ଯ୍ୟରତ।