ଭବାନୀପାଟଣା, ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ମିଲକି ପ୍ରଗଣାର ଗୁରଯୁଙ୍ଗ ଗ୍ରାମ ଠାରେ ଆଧ୍ୟାତ୍ମିକ ପରିବେଶରେ ଦୀର୍ଘ ଦିନର ଅଭିଳାଷ ପୂରଣ ହେଲା। ଆଜି ମନ୍ଦିରର କୁମ୍ଭ ପୂର୍ଣ୍ଣ କରାଗଲା। ଖୋଳ କୀର୍ତ୍ତନ ସହ ଭକ୍ତ ମାନେ, ମହିଳା ପୁରୁଷ ଆବାଳ ବୃଦ୍ଧ ବନିତା ସମସ୍ତେ ପୂଜାର୍ଚନା, ହୋମ ଯଜ୍ଞରେ ସାମିଲ ହୋଇଥିଲେ। ଅଂଚଳର ବହୁ ଭକ୍ତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ କର୍ତ୍ତା ଭାବରେ ପର୍ଶୁରାମ ନାଏକଙ୍କ ଦମ୍ପତି ଯଜ୍ଞରେ ବସିଥିଲେ।
ମଦନ ମାଝୀ, ନିର୍ଧାନୀ ଶବର, ବସନ୍ତ ଶବର, ଆନ୍ତସବର, ଅଜିତ ଶବର ଧନଞ୍ଜୟ ମାଝୀ, କୁମାରୀ ମାଝୀ, ବନିତା ଶବର ପ୍ରମୁଖଙ୍କ ସହଯୋଗରେ ଏହି ପୂଜା କାର୍ଯ ସମ୍ପୂର୍ଣ ହୋଇଛି।