ଭୁୁବନେଶ୍ୱର, ସୋମବାର ବିଧାନସଭାରେ ଯେଭଳି ଭାବେ ବିଧାୟକ ମାନଙ୍କୁ ସମସ୍ତ ଡକ୍ୟୁମେଂଟ ନ ଦେଇ ତରବରିଆର ଭାବେ ଘରୋଇ ବିଶ୍ୱବିଦ୍ୟାଳୟ ବିଲ ପାରିତ କରା ଗଲା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ।
ଶ୍ରୀ ମିଶ୍ର ସୋମବାର ଦିନ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ ଗତ କାଲି ବିଲ ଆଲୋଚନା ପୂର୍ବରୁ ସମସ୍ତ ଡକ୍ୟୁମେଂଟ ଯୋଗାଇ ଦିଆ ଯାଇ ନ ଥିଲା । ସମସ୍ତ ଡକ୍ୟୁମେଂଟ ଯୋଗାଇ ଦେବାକୁ ପୂର୍ବରୁ ନିର୍ଦେଶ ରହିଥିଲା । ଏହା ଦ୍ୱାରା ବିଧାୟକ ମାନଙ୍କ ବିଶେଷାଧିକାରର ଉଲ୍ଲଂଘନ ହୋଇଛି । ବିଧାୟକ ମାନଙ୍କୁ ସୁରକ୍ଷା ପ୍ରଦାନ କରିବାର ଦାୟିତ୍ୱ ବିଧାନସଭା ବାଚସ୍ପତିଙ୍କର । ମାତ୍ର ସେ ଏ ଦିଗରେ କିଛି କରି ନାହାନ୍ତି ।
ସେ ପ୍ରଶ୍ନ କରିଥିଲେ ଯେ ଏତେ ତରବରିଆ ଭାବେ ଘରୋଇ ବିଶ୍ୱବିଦ୍ୟାଳୟ ବିଲକୁ କାହିଁକି ପାରିତ କରାଗଲା । ୨ ତାରିଖ ଦିନ ବିଲ ଉପସ୍ଥାପନ ହେଲା । ୩ ତାରିଖ ଦିନ ଛୁଟି ଥିଲା ଓ ୪ ତାରିଖ ଦିନ ବିଲକୁ ପାରିତ କରି ନିଆଗଲା । ଏତେ ତରବରିଆ ଭାବେ ଘରୋଇ ବିଶ୍ୱବିଦ୍ୟାଳୟ ବିଲକୁ ପାରିତ କରାଯିବାକୁ ନେଇ ସନ୍ଦେହ ସୃଷ୍ଟି ହେବା ସ୍ୱାଭବିକା ଏହି ବିଲ ଉପରେ ଅଧିକ ଆଲୋଚନା ପାଇଁ ସିଲେକ୍ଟ କମିଟି କୁ ପଠା ଯାଇ ପାରିଥାନ୍ତା ।
ଏହା ପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ବିଲ ସହିତ ସମ୍ପର୍କିତ ସମସ୍ତ ଡକ୍ୟୁମେଂଟ ସଂପୃକ୍ତ ବିଭାଗ ମାନଙ୍କ ଠାରୁ ମଗାଇ ନରସିଂହ ମିଶ୍ରଙ୍କୁ ପ୍ରଦାନ କରିବାକୁ ବିଧାନସଭା ବାଚସ୍ପତିଙ୍କୁ ନିର୍ଦେଶ ଦେଇଥିଲେ ।