ଭୁବନେଶ୍ୱର – ଓଡିଶା ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ ଏକ ସାଂଗଠନିକ ବୈଠକ କଂଗ୍ରେସ ଭବନ ଠାରେ ଅନୁÂିତ ହୋଇଯାଇଛି ।ପ୍ରଦେଶ କଂଗ୍ରେସ ସେବାଦଳର ରାଜ୍ୟ ସଭାପତି ମନୋଜ ଜେନାଙ୍କ ପୌରହିତ୍ୟରେ ଅନୁÂିତ ବୈଠକରେ ସେବାଦଳର ସାଂଗଠନିକ କଳେବର ବୃଦ୍ଧି ଓ ଆଗାମୀ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହୋଇଥିଲା । ଆଗାମୀ ଡିସେମ୍ବର ୧୯ ତାରିଖରେ ସେବାଦଳର ପ୍ରତିÂା ଦିବସ ପାଳନ ପାଇଁ ବୈଠକରେ ନିଷ୍ପତି ହେବା ସହ ଜାନୁଆରୀରେ ଏକ ଦୁଇ ଦିନିଆ ଗାନ୍ଧୀ ଦର୍ଶନ କର୍ମଶାଳା କରିବାକୁ ମଧ୍ୟ ପ୍ରସ୍ତାବ ଗ୍ରହଣ କରାଗଲା । ବୈଠକର ପ୍ରାରମ୍ଭରେ ସ୍ୱାଧିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ଉପଲକ୍ଷେ ଆଲୋଚନା ସଭା ଅନୁÂିତ ହୋଇଥିଲା । ଦେଶର ଅଖଣ୍ଡତା ଓ ଭାଇଚାରା ପ୍ରତି ବିପଦ ସୃଷ୍ଟି କରୁଥିବା ସାଂପ୍ରଦାୟିକ ଶକ୍ତି ବିରୁଦ୍ଧରେ ଏକଜୁଟ ହୋଇ ସେବାଦଳ କାର୍ଯ୍ୟକ୍ରମ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତି ନିଆଗଲା ।
ବୈଠକ ଆରମ୍ଭରୁ ସୁନ୍ଦରଗଡ ଜିଲ୍ଲାର ପୂର୍ବତନ ଅଧ୍ୟକ୍ଷ ସ୍ୱର୍ଗତଃ ଅମରନାଥ ଶରାଫଙ୍କ ବିୟୋଗରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ବୈଠକରେ ନୂତନ ଭାବେ ନିଯୁକ୍ତ ପାଇଥିବା ସେବାଦଳର ରାଜ୍ୟ ଉପସଭାପତି ରାମ ପ୍ରସାଦ ଜୟସ୍ୱାଲ, ଅଶୋକ କୁମାର ସିଂହ, ମାଧବ ଚନ୍ଦ୍ର ବିଶ୍ୱାଳ, ସାଧାରଣ ସଂପାଦକ ଭାବେ ଜ୍ୟୋତିଷ କୁମାର ସାହୁ, ରବିନ୍ଦ୍ର ନାଥ ବେହେରା, ନଳିନୀ ବେହେରା, ମୁନୁ ସରାଫ, କୁଳମଣି ସାହୁ, ନିରଦବରଣ ଖୁଂଟିଆ, ମହିଳା ସେବାଦଳ ଅଧ୍ୟକ୍ଷା ଭାବେ ଉଷାରାଣୀ ବେହେରା, ୟଙ୍ଗ ବି୍ରଗେଡ୍ ଅଧ୍ୟକ୍ଷ ଭାବେ ଦିନେଶ କୁମାର ପରିଡା, କୋଷାଧ୍ୟକ୍ଷ ନିରେଶ କୁମାର ପାତ୍ର, ମୁଖ୍ୟ ପ୍ରଶିକ୍ଷକ ରୂପେ ମୁରଲୀ ମନୋହର ଯାଦବ, ସାମାଜିକ ଗଣମାଧ୍ୟମ ସଂଯୋଜକ ରୂପେ ମୁକେଶ କୁମାର ଅଗ୍ରୱାଲ, ଯୋଗାଯୋଗ ସଂଯୋଜକ ଭାବେ ରାଜୀବ କୁମାର ପଟ୍ଟନାୟକ ଓ ସହ ସଂଯୋଜକ ରମେଶ ଭାରତୀଙ୍କୁ ନିଯୁକ୍ତି ପତ୍ର ଓ ଉପଢୌକନ ଦେଇ ସ୍ୱାଗତ କରାଯାଇଥିଲା ।