ଭୁବନେଶ୍ୱର, ରାଜଧାନୀରୁ ପୁଣି ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଛାତ୍ରୀ ଜଣେ ଏମସିଏ ଛାତ୍ରୀ । ତାଙ୍କ ନାଁ ଆଶ୍ରିତା ପଟ୍ଟନାୟକ । ଆଚାର୍ଯ୍ୟ ବିହାର ପାଣିଟାଙ୍କି ନିକଟରେ ଥିବା ଏକ ଭଡ଼ା ଘରୁ ମୃତଦେହ ଝୁଲନ୍ତା ଅବସ୍ଥ।।ରେ ଉଦ୍ଧାର ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ମୃତଦେହ ଜବତ କରି ପୋଲିସର ଛାନ୍ଭିନ୍ ଆରମ୍ଭ କରିଛି । ମୃତ ଛାତ୍ରୀ ସ୍ଥାନୀୟ ଏକ ଘରୋଇ ଇଂଜିନିୟରିଂ କଲେଜରେ ପଢୁଥିଲେ ।
ଉଲ୍ଲେଖନୀୟ ଯେ କିଛି ଦିନ ପୂର୍ବେ ବିଜେବି କଲେଜ ହଷ୍ଟେଲରୁ କଟକ କଖଡିର ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ସେଠାରୁ ମିଳିଥିବା ସୁଇସାଇଡ୍ ନୋଟ୍ ରୁ ତାଙ୍କୁ ୩ ଜଣ ସିନିୟର ଛାତ୍ରୀ ନିର୍ଯାତନା ଦେଉଥିବା ଉଲ୍ଲେଖ କରାଯାଇଥିଲା ।