ଭୁବନେଶ୍ୱର, ଭଦ୍ରକ ଜିଲ୍ଲାରେ ଥିବା ବିଭିନ୍ନ ଡାକ୍ତରଖାନା ମାନଙ୍କରେ ବିଶେଷଜ୍ଞ ଡାକ୍ତର ନ ଥିବା ତଥା ଭଦ୍ରକ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା କାମ ଶୀଘ୍ର ସାରିବା ପ୍ରସଙ୍ଗ ଆଜି ବିଧାନସଭାରେ ଉଠିଛି । ବିଧାୟକ ପ୍ରଫୁଲ୍ଲ ସାମଲ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଛନ୍ତି ।
ସେ କହିଛନ୍ତି ଯେ ଭଦ୍ରକ ଜିଲ୍ଲାରେ ଥିବା ବିଭିନ୍ନ ଡାକ୍ତରଖାନା ମାନଙ୍କରେ ବିଶେଷଜ୍ଞ ଡାକ୍ତରଙ୍କର ଘୋର ଅଭାବ ରହିଛି । ଏହି କାରଣରୁ ଭଦ୍ରକ ଜିଲ୍ଲାର ରୋଗୀ ମାନଙ୍କୁ ରେଫର ହୋଇ କଟକ ଆସିବାକୁ ପଡୁଛି । ତେଣୁ ଏହି ସମସ୍ୟାର ସମାଧାନ କରା ଯିବା ଆବଶ୍ୟକ ବୋଲି ସେ କହିଛନ୍ତି ।