ଭୁବନେଶ୍ୱର, ବିଜେବି କଲେଜ୍ ଛାତ୍ରୀ ରୁଚିକା ମହାନ୍ତିଙ୍କର ଶ୍ୱାସରୁଦ୍ଧ ଯୋଗୁଁ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ସୂଚନା ମିଳିଛି । ବେକରେ ଫାଶି ଦେବାରୁ ଶ୍ୱାସରୁଦ୍ଧ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଥିବାର କମିଶନରେଟ୍ ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଅଧିକ ତଥ୍ୟ ପାଇଁ ଭିସେରା ନମୁନା ଲ୍ୟାବକୁ ପଠା ଯାଇଛି ।
ଅନ୍ୟପକ୍ଷରେ ତଦନ୍ତ ଜାରି ରହିଛି, ୩ ସିନିଅର କିଏ ଜଣାପଡ଼ିନି ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ । ସେ କହିଛନ୍ତି ଯେ ଏଯାବତ୍ ଶହେରୁ ଅଧିକ ଛାତ୍ରୀଙ୍କ ବୟାନ ରେକର୍ଡ କରାଯାଇଛି । ଗୋଟିଏ ପୋଲିସ ଟିମ୍ ରୁଚିକାଙ୍କ ଗାଁକୁ ଯାଇ ଖୋଳତାଡ଼ କରିଛି । ରୁଚିକାଙ୍କ ସ୍କୁଲ ଓ କଲେଜ ସାଙ୍ଗଙ୍କ ବୟାନ ରେକର୍ଡ କରାଯାଇଛି । ତଦନ୍ତରେ ବିଜେବି କଲେଜ କର୍ତୃପକ୍ଷଙ୍କୁ ସାମିଲ୍ କରାଯାଇଛି ବୋଲି କହିଛନ୍ତି ଡିସିପି ।