ଜୟପୁର, ଆଜି ଜୟପୁର ସହରରେ ବହୁ ପ୍ରତିକ୍ଷିତ ଏକ ଅତ୍ୟାଧୁନିକ ଅଡିଓ ” ଷ୍ଟୁଡ଼ିଓ ୱେଭସ” ଉଦଘାଟନ ସ୍ଥାନୀୟ ସ୍ଵର ଘୁଙ୍ଗୁର ପରିସରରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଷ୍ଟୁଡ଼ିଓକୁ ବିଶିଷ୍ଟ ସୀତାର ବାଦକ ପ୍ରଫୁଲ୍ଲ କୁମାର ରାଉତରାୟ ଉଦଘାଟନ କରିଥିବା ବେଳେ, ରିଦମ ଷ୍ଟୁଡ଼ିଓକୁ ବିଶିଷ୍ଟ ସଂଗୀତଜ୍ଞ ବିଜୟ କୁମାର ସାମନ୍ତରାୟ, ଭୋକାଲ ବୁଥ କୁ ସମାଜସେବୀ ଶ୍ରୀମତୀ ବିନୋଦିନୀ ସାମନ୍ତରାୟପାତ୍ରଙ୍କ ଦ୍ଵାରା ଉଦଘାଟନ କରାଯାଇଥିବା ବେଳେ ଇଣ୍ଡିଆନ ଏଥେଲେଟିକ ଫେଡେରେସନର ଉପସଭାପତି ଡକ୍ଟର ଶ୍ରୀନିବାସ ପଟନାୟକଙ୍କ ଦ୍ଵାରା ସିଙ୍ଗର ମାଇକ୍ରୋଫୋନର ଉନ୍ମୋଚନ କରାଯାଇଥିଲା।
ଏଥିରେ ଅବିଭକ୍ତ କୋରାପୁଟ ଜିଲ୍ଲାର ବହୁ ବିଶିଷ୍ଟ କଣ୍ଠ ଶିଳ୍ପୀ, ବାଦ୍ୟଯନ୍ତ୍ର ଶିଳ୍ପୀ, ନାଟ୍ୟ ଏବଂ ଚଳଚ୍ଚିତ୍ର କଳାକାର ମାନେ ଯୋଗଦେଇ ଏଭଳି ଏକ ଅତ୍ୟାଧୁନିକ ରେକଡ଼ିଂ ଷ୍ଟୁଡ଼ିଓ ଜୟପୁର ଠାରେ ସ୍ଥାପନ କରିଥିବାରୁ ଧିରେନ ମୋହନ ପଟନାୟକ ଏବଂ ପୀୟୂଷ ପଟନାୟକଙ୍କୁ ଭୂୟସୀ ପ୍ରଶଂସା କରିଥିଲେ।
ପ୍ରଥମ ଗୀତକୁ ଗାଇଥିଲେ ଓ଼ଲିଉଡ ଗାୟିକା ନନ୍ଦିତା ଭଞ୍ଜ। ଏହି ଗୀତର ରଚନା ଏବଂ ସଂଗୀତ ନିର୍ଦ୍ଦେଶନା ଧିରେନ ପଟନାୟକ ଦେଇଥିବା ବେଳେ ବିଜୟ କୁମାର ସାମନ୍ତରାୟ ସଂଗୀତ ପରିଚାଳନା କରିଥିଲେ ଏବଂ କଟକର ରେକଡିଷ୍ଟ ପିଣ୍ଟୁ ମିଶ୍ର ଏହାକୁ ରେକଡିଙ୍ଗ କରିଥିଲେ।
ଜୟନ୍ତ ସାମନ୍ତରାୟ, ଗୋପାଳ ସାମନ୍ତରାୟ, ମନୋଜ ଦାସ, ହିମାଂଶୁ ମହାପାତ୍ର, ଅମର ମିଶ୍ର, ମହମ୍ମଦ ସରିଫ, ନିରଞ୍ଜନ ପାଣିଗ୍ରାହୀ, ରଞ୍ଜନ ବେହେରା, ସୁକୁମାର ସୋନା, ବାଲାଜୀ କିଶୋର ରାୟ, ଆନନ୍ଦ ଦାସ, ଶୁକଦେବ ବାରିକ, ନିହାର ମହାନ୍ତି, ନିହାର ଆଚାର୍ଯ୍ୟ, ବାମଦେବ ମହାପାତ୍ର, ଯୀଶୁ ମହାପାତ୍ର, ଧର୍ମେନ୍ଦ୍ର ଅଧିକାରୀ, ସୁଶାନ୍ତ ଅଧିକାରୀ, ଭରତ ଚଲାଣ, ସୋମନାଥ କେଲାଡି ପ୍ରମୁଖ ଯୋଗଦେଇଥିଲେ।