
ଜୟପୁର, କୋରାପୁଟ ଜିଲ୍ଲା ଜଲାପୁଟରୁ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲଣ ବେଳେ ଲମତାପୁଟ ପୋଲିସ ଚଢ଼ଉ କରିଛି । ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦେଶ କ୍ରମେ ନନ୍ଦପୁର ଏସ.ଡ଼ି.ପି.ଓ.ଙ୍କ ନେତୃତ୍ଵରେ ଲମତାପୁଟ ପୋଲିସ ସିଲେଇପୁଟ ନିକଟରେ ନାକାବନ୍ଦୀ କରି ଜଗିରହିଥିଲା । କମାଣ୍ଡର ଜିପ୍ ଟି ଦୃତ ଗତିରେ ଆସୁଥିବା ଦେଖି ପୋଲିସ ଏହାକୁ ଅଟକାଇଥିଲେ । ପୁଲିସକୁ ଦେଖି ଗାଡି ବ୍ୟାରିକେଡ଼ ଭାଙ୍ଗି ଚାଲି ଯାଇଥିଲା । ପୋଲିସ ପିଛା କରିବା ଦେଖି କିଛିବାଟ ଯିବା ପରେ ଗାଡି ଛାଡ଼ି ଡ୍ରାଇଭର ଜଙ୍ଗଲ ଭିତରକୁ ଚାଲି ଯାଇଥିଲା । ଗାଡି ଯାଞ୍ଚ କରିବାରୁ ସେଥିରୁ ୧୦ ଟି ଗଞ୍ଜେଇ ବସ୍ତା ମିଳିଥିଲା । ୧୦ଟି ବସ୍ତାରେ ପ୍ରାୟ ୩ କ୍ଵିଣ୍ଟାଲ ଗଂଜେଇ ଥିବା ବେଳେ ଏହାର ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଏବଂ ଏହି ନମ୍ବର ବିହୀନ ଗାଡି ସ୍ଥାନୀୟ ଅଞ୍ଚଳରୁ ଗନ୍ଜେଇ ଆଣି ବାହାର ରାଜ୍ୟରୁ ଆସିଥିବା ଗଞେଇ ମାଫିଆଙ୍କ ଗାଡି ରେ ଦେବା ପାଇଁ ବ୍ୟବହାର କରାଯାଉ ଥିଲା ବୋଲି ପୋଲିସ ଜାଣିବାକୁ ପାଇଛି । ଏବଂ ଏଥିରେ ସ୍ଥାନୀୟ ଯୁବକଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଥିବା ପୋଲିସ ସୂଚନା ଦେଇଛି ।