
ଭୁବନେଶ୍ୱର, ବିଧାନସଭାରେ ପ୍ରଶ୍ନ ପଚାରିଲେ ତାର ଉତର ମିଳୁ ନାହିଁ । ଅନେକ ସମୟରେ ଉତର ଦିଆ ଯାଉଛି ଯେ ତଥ୍ୟ ସଂଗ୍ରହ କରା ଯାଉଛି । ଏହା ପରେ ମଧ୍ୟ କୌଣସି ପ୍ରକାର ଉତର ମିଳୁ ନାହିଁ । ବୁକ ସର୍କୁଲାରକୁ ଅନୁସରଣ କରା ଯାଉ ନାହିାଁ ଏହା ଅତ୍ୟନ୍ତ ଗୁରୁତର ବିଷୟ । ତେଣୁ ବିଧାନସଭା ବାଚସ୍ପତିଙ୍କୁ ଏ ସମ୍ପର୍କରେ ରୁଲିଂ ପ୍ରଦାନ କରିବାକୁ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ବିଧାନସଭାରେ ଦାବି କରିଥିଲେ ।
ଶୂନ୍ୟକାଳରେ ସେ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ବିଧାନସଭାରେ ପ୍ରଶ୍ନ ପଚାରିରେ ତାର ଉତର ପାଇବାର ଅଧିକାର ବିଧାୟକ ମାନଙ୍କର ରହିଛି । ହେଲେ ଅଧିକାରୀ ମାନେ ଉତର ଦେଉ ନାହାନ୍ତି । ପ୍ରାୟ ସମୟରେ ତଥ୍ୟ ସଂଗ୍ରହ ଚାଲିଛି ବୋଲି ଉତର ମିଳୁଛି । ଯଦି ତଥ୍ୟ ସଂଗ୍ରହ ଚାଲିଛି ତେବେ ପରେ ଏହାର ଉତର ବିଧାୟକ ମାନଙ୍କୁ ପ୍ରଦାନ କରିବା କଥା । ମାତ୍ର ତାହା ମଧ୍ୟ ହେଉ ନାହିଁ । ତେଣୁ ଏ ନେଇ ରୁଲିଂ ପ୍ରଦାନ କରିବାକୁ ସେ ଦାବି କରିଥିଲେ ।
ବାଚସ୍ପତି ବିକ୍ରମ କେଶରୀ ଆରୁଖ କହିଥିଲେ େ ଯ ଆଗାମୀ ସାତ ଦିନ ମଧ୍ୟକେ ବୁକ ସର୍କୁଲାର ଅନୁସାରେ କିପରି କାମ ହେବ ତାହାକୁ ସେ ସୁନିଶ୍ଚିତ କରିବେ ।