ବଲାଙ୍ଗିର, କ୍ରସରରେ ଫାଟିଲା ସିଲିଣ୍ଡର । ଫଳରେ ତିନି ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ଭୂତିଆରବାହାଲ ଗାଁରେ।
ଆଜି ସକାଳ ପ୍ରାୟ ୯ ଟା ସମୟରେ ଭୂତିଆରବାହାଲ ଗାଁର ଏକ କ୍ରସରରେ ଶ୍ରମିକ ମାନେ କାମ କରୁଥିବା ସମୟରେ, ନାଇଟ୍ରୋଜେନ ସିଲିଣ୍ଡର ବ୍ଲାଷ୍ଟ ହୋଇଥିଲା । ଫଳରେ ତିନି ଜଣ ଶ୍ରମିକ ପୋଡି ଗୁରୁତର ହୋଇଥିଲେ । ସେମାନଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତନ୍ମଧ୍ୟରୁ ଜଣେ ଶ୍ରମିକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଗୁରୁତର ସମସ୍ତ ଶ୍ରମିକ ପଶ୍ଚିମବଙ୍ଗର ହୋଇଥିବା ଜଣାପଡିଛି । ସେମାନଙ୍କ ନାଁ ହେଉଛି ବିକାଶ କୁମାର, ବାପି ବାଗଡି ଓ ରାଜୀବ ବାଗଡି ।