-
ଆଜି କାନରେ ଅସ୍ତ୍ରୋପଚାର କରାଯିବ
ଗଞ୍ଜାମ, ମାଓନେତା ସବ୍ୟସାଚୀ ପଣ୍ଡା ଆଜି ଏମକେସିଜି ମେଡିକାଲରେ ଭର୍ତି ହୋଇଛନ୍ତି । ଦୀର୍ଘ ୮ ବର୍ଷ ଧରି ବ୍ରହ୍ମପୁର ସ୍ଥିତ କେନ୍ଦ୍ରୀୟ ଜେଲ୍ ରେ ଥିବା ସବ୍ୟସାଚୀ ଅସୁସ୍ଥ ହୋଇପଡିଛନ୍ତି । ଏମକେସିଜିର କର୍ଣ୍ଣ, ନାଶା ଓ ଗଳା (ଇଏନଟି) ବିଭାଗରେ ତାଙ୍କର ଚିକିତ୍ସା ଚାଲିଛି । ଆଜି ତାଙ୍କର କାନରେ ଅସ୍ତ୍ରୋପଚାର କରାଯିବ ବୋଲି କହିଛନ୍ତି ଏମକେସିଜି ଅଧିକ୍ଷକ ପ୍ରଫେସର ଡାକ୍ତର ସନ୍ତୋଷ କୁମାର ମିଶ୍ର । କାନ ପରଦାରେ କଣା ଥିବା ଯୋଗୁଁ ଅସ୍ତ୍ରୋପଚାର କରାଯିବ ବୋଲି ସେ କହିଛନ୍ତି । ସବ୍ୟସାଚୀ ଗତ କିଛି ମାସ ହେଲା କାନ ଓ ଦାନ୍ତ ଯନ୍ତ୍ରଣା ଯୋଗୁଁ ଚିକିତ୍ସିତ ହେଉଥିଲେ । ଏମକେସିଜି ଇଏନଟି ବିଭାଗରେ ୭ରୁ ୮ ଥର ଚିକିତ୍ସିତ ହେବା ପରେ ବର୍ତମାନ ଅସ୍ତ୍ରୋପଚାର ନିମନ୍ତେ ଭର୍ତି ହୋଇଛନ୍ତି । ଏହା ପୂର୍ବରୁ ସେ ଜେଲ୍ ଡାକ୍ତରଙ୍କ ନିକଟରେ ଚିକିତ୍ସିତ ହେଉଥିଲେ । ସେ ବର୍ତମାନ ଏମକେସିଜିରେ ଭର୍ତି ହେବା ପରେ ଜେଲ୍ ବିଭାଗ ପକ୍ଷରୁ ପୋଲିସକୁ ଅବଗତ କରାଯାଇଛି । ବୈଦ୍ୟନାଥପୁର ଥାନା ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମାଓନେତା ସବ୍ୟସାଚୀଙ୍କୁ ୧ ସେକ୍ସନ ଫୋର୍ସ ଜଗି ରହିଛନ୍ତି ।
ଗତ ୨୦୧୪ ଜୁଲାଇ ୧୬ ତାରିଖରେ ବଡ଼ବଜାର ଥାନା ଅଂଚଳରୁ ସବ୍ୟସାଚୀଙ୍କୁ ପୋଲିସ ଗିରଫ କରିଥିଲା । ସେହିଦିନ ଠାରୁ ସେ ବ୍ରହ୍ମପୁର ଜେଲ୍ ରେ ଅଛନ୍ତି ।