ଗଞ୍ଜାମ,ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ବାବନପୁର କିରାଖାଇ ସାହି ଶେଷରେ ଥିବା ଏକ ଗଛରେ ରଶି ଲଗାଇ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ତାଙ୍କ ନାମ ଜିତୁ ରାଉତ । ୨୫ ବର୍ଷିୟ ଜିତୁଙ୍କ ଘର ବାବନପୁର ଗ୍ରାମରେ ବୋଲି ଜଣାପଡିଛି । ଆଜି ସକାଳେ ତାଙ୍କ ମୃତଦେହ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖି ଗ୍ରାମବାସୀ ଆସିକା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ପରିବାର ଲୋକଙ୍କ ଉପସ୍ଥିତିରେ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଆସିକା ଡାକ୍ତରଖାନାକୁ ପଠାଇଥିବା ନେଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।
Related Stories
November 23, 2024