ବଲାଙ୍ଗିର, ରଥଯାତ୍ରା ଅନୁଷ୍ଠିତ ହୋଇ ତିନିଠାକୁର ଦୈନିକ ବଜାର ସ୍ଥିତ ରାମ ଚରିତ ମାନସ ମନ୍ଦିର ଠାରେ ପହଞ୍ଚିଥିଲେ । ସେଠାରେ ଦଶ ଅବତାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଦୁଇଦିନ ଧରି ୨ଓ ୩ ତାରିଖ ଦିନ ମତ୍ସ୍ୟ କଷ୍ୟ ବରାହ ଓ ନୃସିଂହ ଅବତାର ଅନୁଷ୍ଠିତ ହୋଇଯାଇଛି । ପ୍ରଭୁଙ୍କ ରୀତି ନିତି ଅନୁସାରେ ସମସ୍ତ ପୂଜା ବିଧି ହୋଇ ଆସୁଛି । ପ୍ରତ୍ୟହ ଭଗବାନଙ୍କ ବେଶ ଦେଖିବାକୁ ଏଠାକୁ ଦର୍ଶକ ଓ ଭକ୍ତ ମାନଙ୍କ ସୁଅ ଛୁଟିଛି ।
ଏହା ବ୍ୟତୀତ ଗୋପାଳ ଜୀଉ ମନ୍ଦିର ତିନି ଠାକୁର ହସ୍ପିଟାଲ ପାଖ ମାଉସୀ ମା ମନ୍ଦିରରେ, ଜଗନ୍ନାଥ ମନ୍ଦିରର ରଥ ଗାନ୍ଧୀ ପାଠାଗାର ଟିକ୍ରପଦାରେ , ପ୍ୟାଲେଶ୍ ରଥ ମାଲପଡ଼ା ରାମ ମନ୍ଦିରରେ ପହଞ୍ଚିବା ପରେ ସେଠାରେ ଅବତାର ହେଉଛି ।