
ଭବାନୀପାଟଣା, ଗତକାଲି ଅପରାହ୍ନରେ ପ୍ରବଳ ଝଡ଼ ବର୍ଷାରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ରଣମାଲ ପଞ୍ଚାୟତରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଗତକାଲି ଠାରୁ ହୋଇଥିବା ବର୍ଷାରେ ଭୁର୍ଷିଗୁଡା ଗ୍ରାମର ଗୋଟିଏ ଘରର କାନ୍ଥ ଭାଙ୍ଗି ପଡି ଥିବା ବେଳେ ଅଳ୍ପକେ ବର୍ତି ଯାଇଛନ୍ତି ପରିବାରର ୪ ସଦସ୍ୟ। ଭୁର୍ଷିଗୁଡା ଗ୍ରାମର ଜଳେଶ୍ଵର ରଣା, ଲଷ୍ମୀ ରଣା, ମଉଜ ରଣା, ଗୀତାଞ୍ଜଳି ରଣା ଗତକାଲି ଦିନ ଗୋଟାଏ ବେଳେ ଖାଇ ବସିଥିବା ବେଳେ ହଠାତ୍ ମାଟି କାନ୍ଥ ଭୁଶୁଡି ପଡିଥିଲା। ଏଥିରୁ ସେମାନେ ଅଳ୍ପକେ ବର୍ତିଯାଇ ଥିବା ବେଳେ ଏବେ ଏହି ପରିବାର ନିରାଶ୍ରୟ ହୋଇ ପଡିଛନ୍ତି। ଏହି ପରିବାରକୁ ବିଜୁ ପକ୍କା ଘର କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ସାଧାରଣ ରେ ଦାବୀ ହେଉଛି।