
ଭବାନୀପାଟଣା, ଆଜି ସକାଳେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା -ଧର୍ମଗଡ଼ ବିଜୁ ଏକ୍ସପ୍ରେସ ରାଜପଥ ଚଞ୍ଚରାମୁଣ୍ଡା ଛକ ନିକଟରେ ଏକ ଅଜଣା ବ୍ୟକ୍ତିର ମୃତଦେହ ଠାବ ହୋଇଛି। ମୃତଦେହଟି ରାସ୍ତା କଡରେ ପଡିଥିବା ବେଳେ ଦେହର ଅଧା ଅଂଶ ଏକ ବସ୍ତାରେ ଘୋଡାଇ ହୋଇ ରହିଥିବା ବେଳେ ଶବ ଉପରେ ଏକ ସାଇକେଲ ପଡି ରହିଛି। ଏହା ଏକ ଦୁର୍ଘଟଣା ନା ହତ୍ୟା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ। ଘଟଣାସ୍ଥଳରେ ଗୋଲାମୁଣ୍ଡା ପୋଲିସ ପହଞ୍ଚି ସାଇଣ୍ଟିଫିକ ଟିମ ଓ ସନ୍ଧାନି କୁକୁର ସାହାଜ୍ଯରେ ଛାନଭିନ ଆରମ୍ଭ କରିଛି।