
କନ୍ଧମାଳ, ବହୁଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ମିଲୁପଡା ଗ୍ରାମର ଯୋଡ଼ା ମୁଣ୍ଡ ଶିଶୁ ଜଗାର ଅତିଶୀଘ୍ର ଖପୁରି ପ୍ରତିରୋପଣ କରାଯିବ। ଏ ନେଇ ଦିଲ୍ଲୀ ଏମ୍ସ ନ୍ୟୁରୋସର୍ଜରୀ ଡାକ୍ତର ନିରଜ ଗୁପ୍ତା କହିଥିବା ଜଗାର ବାପା ଭୁୟା କହଁର କହିଛନ୍ତି। ଜଗା ଏବେ ଚଲାବୁଲା କରୁଛି ଓ ତାର ସ୍ଵାସ୍ଥ୍ୟ ଅବସ୍ଥା ଭଲଥିବା ଜଗାକୁ ରେଗୁଲାର ଯାଞ୍ଚ କରୁଥିବା ଡାକ୍ତର ଏମ୍ସ ଡାକ୍ତର ଗୁପ୍ତା କହିଛନ୍ତି । ଗତ ୧ ୬ ତାରିଖରେ ଜଗାର ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତର ଗୁପ୍ତା ଆସିଥିଲେ ଓ ସେତେବେଳେ ତାର ଖପୁରି ପ୍ରତିରୋପଣ ନେଇ ଡାକ୍ତରୀ ଟିମ ଆଲୋଚନା କରିଥିଲେ। ଫଳରେ ଜଗା ର ବାପା ଭୂୟାଁ କହଁର ଓ ମା ଖୁସି ବ୍ୟକ୍ତ କରିଛନ୍ତି।
ଦୀର୍ଘ ପାଞ୍ଚ ବର୍ଷ ହେଲା ଆମେ ଡାକ୍ତରଖାନାରେ ଅଛୁ, ଗାଁ କୁ ଯାଇପାରୁନୁ। ଶିଘ୍ର ଅପେରସନ ସାରିଲେ ଅନ୍ତତଃ ଗାଁ କୁ ଯିବୁ ବୋଲିଭୂୟାଁ କହିଛନ୍ତି ।ସୂଚନାଯୋଗ୍ୟ ଯେ, ୨୦୧୭ ଅକ୍ଟୋବର ମାସରେ ନୂଆଦିଲ୍ଲୀ ଏମ୍ସ ରେ ଯୋଡାମୁଣ୍ଡ ଜଗା କାଳିଆର ଅପେରସନ ହୋଇଥିଲା । ତେଵେ ଗତବର୍ଷ କାଳିଆର ମୃତ୍ଯୁ ହୋଇଥିଲା।