
ରାଉରକେଲା, ରାଉରକେଲାରୁ ଶିକ୍ଷା ବିଭାଗର ଅଫିସ (ବିଇଓ ଅଫିସ) ବିଶ୍ରା ଉଠିଜିବା ପରେ ଏହି ଅଫିସ ଅଧିନରେ ଥିବା ୯୦ ଭାଗ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଅଭିଭାବକ, ଶିକ୍ଷକ ମହଲରେ ଯେଉଁ ଚିନ୍ତା ଥିଲା ତାହାର ସମାଧାନ ସରକାର କରିଛନ୍ତି, ଯେଉଁ ଦାବି ଥିଲା ତାକୁ ମଧ୍ୟ ରାଜ୍ୟ ସରକାର ସହୃଦୟତାର ସହ ଶୁଣିଛନ୍ତି । ରାଉରକେଲା ସମେତ ୫ଟି ସ୍ଥାନରେ ଜିଲ୍ଲାପାଳ ମାନଙ୍କୁ ଏଡିଓ ର୍ୟାଙ୍କର ଅଫିସରଙ୍କୁ ନେଇ ସିଟି ଏଜୁକେଶନ ଅଫିସର ନିଯୁକ୍ତ କରି ସହରାଂଚଳ ଶିକ୍ଷା ବ୍ୟବସ୍ଥାକୁ ଚଳାଇବାକୁ ସରକାର ଆଦେଶ ଦେଇଛନ୍ତି । ଏନେଇ ୨ ତାରିଖରେ ଆଡିସନାଲ ସେକ୍ରେଟାରୀ ସମ୍ବିତ କୁମାର ନାୟକ ତାଙ୍କ ଚିଠି ନମ୍ବର ୧୪୦୨୨ରେ ଖୋର୍ଦ୍ଧା, କଟକ, ସମ୍ବଲପୁର, ଗଂଜାମ, ସୁନ୍ଦରଗଡ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖି ଜଣେ ସହକାରୀ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସିଟି ଏଜୁକେଶନ ଅଫିସର ଭାବେ ଦାୟିତ୍ଵ ଦେବାକୁ କହିଛନ୍ତି । ଏହି ଖବର ଆଜି ରାଉରକେଲା ଆଖ ପାଖରେ ପ୍ରଚାର ହେବା ପରେ ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ ମହଲରେ ଖୁସିର ଲହରି ଖେଳି ଯାଇଛି । ଏହା ବ୍ୟତୀତ ରାଉରକେଲାରେ ଥିବା ବେସରକାରୀ ବିଦ୍ୟାଳୟ ଗୁଡିକ ଲାଗି ମଧ୍ୟ ଖୁସିର ଖବର ବୋଲି ମତପ୍ରକାଶ ପାଇଛି । ତେବେ ଏହି ଆଦେଶ ନାମାର ସମାଧାନ କିପରି ଜିଲ୍ଲାପାଳ କରିବେ ସେ ନେଇ ନାନା ପ୍ରଶ୍ନ ଉଠିଛି । ରାଜ୍ୟରେ ମୋଟ ୧୦୪ ଜଣ ପାଖା ପାଖି ଏଡିଓ ପଦବୀ ସୃଷ୍ଟି କରାଯାଇଥିଲା, ସରକାରଙ୍କ ଏହି ଆଦେଶନାମା ଅନୁଶାରେ ଆଉ ୪ରୁ ୫ ଏଡିଓ ଦରକାର, ଏତିକି ବେଳେ ସୁନ୍ଦରଗଡ ଜିଲ୍ଲାରେ ମାତ୍ର ଏଡିଓଙ୍କ ସଂଖ୍ୟା ୧, ତାଙ୍କ ଉପରେ ମଧ୍ୟ ଅନେକ ଚାପ ରହୁଛି, ଏତିକି ବେଳେ ଏହି ଆଦେଶ ନାମା ଅନୁଶାରେ ଜିଲ୍ଲାପାଳ ଏହି ଗୁରୁତ୍ଵପୁର୍ଣ ଦାୟିତ୍ଵ କାହାକୁ ଦେବେ ସେନେଇ ଆଲୋଚନା ଚାଲିଛି । ଜିଲ୍ଲାରେ ବର୍ତମାନ ନୂଆ ଜିଲ୍ଲାପାଳ ଯୋଗଦାନ କରିଛନ୍ତି । ଅବଶ୍ୟ ତାଙ୍କୁ ଏ ସମସ୍ୟା ସଂପର୍କରେ ବିଭାଗ ପକ୍ଷରୁ ସବୁ ଜଣାଯାଇଥିବ, ତେବେ ପଦବୀର ଦାୟିତ୍ଵ ନେବା ଲାଗି ଯଦି ଅଫିସର ନଥାନ୍ତି ସେ କଣ କରିପାରିବେ । ଏ ନେଇ ଜଣେ ପୁରାତନ ଶିକ୍ଷକ ସଂଜୟ ସାମଲ କହିଛନ୍ତି ଜଣେ ଦକ୍ଷ ଏଡିଓଙ୍କୁ ଏହି ପଦବୀରେ ରଖାଯାଇ ପୁରୁଣା ଡିଆଇ ଅଫିସକୁ ସିଟି ଏଜୁକେଶନ ଅଫିସ କରାଗଲେ ସମସ୍ତଙ୍କ ଲାଗି ସୁବିଧା ହେବ ଓ ମାନ୍ୟବର ବିଧାୟକ ଏହି ଅଫିସ ଗୃହ ଲାଗି ଯେଉଁ ଉଦ୍ୟମ କରିଥିଲେ ତାର ମଧ୍ୟ ସମ୍ମାନ ରହିବ । ସେହିଭଳି ନାମ ପ୍ରକାଶ ନକରି କିଛି ପୁରାତନ ଶିକ୍ଷକ କହିଛନ୍ତି ରାଉରକେଲାର ସେହି ଅଫିସକୁ ସିଟି ଏଜୁକେଶନ ଅଫିସ କରାଯାଉ, ଦରକାର ପଡିଲେ ବାହାରୁ ଜଣେ ଏଡିଓଙ୍କୁ ଏଠାକୁ ଅଣାଯାଉ ନଚେତ ଜିଲ୍ଲାରେ ଥିବା ଏଡିଓଙ୍କୁ ଏହି ଦାୟିତ୍ଵ ଦିଆଜିବା ସହ ତାଙ୍କୁ ସହଯୋଗ ଲାଗି ବିଶ୍ରା ବିଇଓଙ୍କୁ ଦାୟିତ୍ଵ ଦିଆଯାଉ । ଏହି ଅଫିସ କିଭଳି ଚାଲିଛି ଶିକ୍ଷକ, ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ନ୍ୟାୟ ପାଉଛନ୍ତି କି ନାହିଁ ତାକୁ ତୁରନ୍ତ ଦେଖିବା ଲାଗି ଜଣେ ପ୍ରଶାସନିକ ଅଧିକାରୀଙ୍କୁ ମଧ୍ୟ ଏଥିରେ ସଂଯୋଗ କରାଯାଉ ବୋଲି ମତପ୍ରକାଶ ପାଇଛି । ତେବେ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରାଯାଇ ଅଫିସ କାମ କରିବା ଆରମ୍ଭ କଲେ ଅନେକ ଅବସର ପ୍ରାପ୍ତ ଶିକ୍ଷକ ମାନଙ୍କର ସମସ୍ୟା ସମାଧାନ ହେବା ସହ ବିଶ୍ରା ବିଇଓ ଅଫିସ କାମପୁର୍ଣ ଭାବେ କାମ କରୁନାହିଁ ବୋଲି ଯେଉଁ ଅଭିଯୋଗ ଆସୁଥିଲା ତାର ମଧ୍ୟ ସମାଧାନ ହୋଇପାରିବ । ଅନ୍ୟପକ୍ଷରେ ଯଦି ବିଇଓ ବିଶ୍ରାଙ୍କୁ ଏଡିଓଙ୍କ ସହ ସହଯୋଗ କରିବା ଲାଗି ରଖାଯାଏ ତେବେ ସମସ୍ୟାର ପୁରା ସମାଧାନ ନହେବା ଯାଏ ଜଣେ ବରିଷ୍ଠ ଏବିଇଓଙ୍କୁ ବିଶ୍ରା ଅଂଚଳ ବୁଝିବା ଲାଗି ରଖାଜିବାକୁ ମତପ୍ରକାଶ ପାଇଛି । ବର୍ତମାନ ସରକାରୀ ବ୍ୟବସ୍ଥାରେ ଅଫିସର କର୍ମଚାଚାରୀ ମାନଙ୍କ ସଂଖ୍ୟା ସବୁସ୍ଥାନରେ ପର୍ଯ୍ୟାପ୍ତ ପରିମାଣରେ ନଥିବାରୁ ଏହି ପଦବୀ ଲାଗି ଏହିଭଳି ଏକ ସମାଧାନର ରାସ୍ତା ବାହାର କରାଯାଇ କାମ କରାଯାଇ ଅଭିଭାବକ, ପିଲା ଓ ଶିକ୍ଷକ ମାନଙ୍କୁ ସହଯୋଗ କରାଜିବାକୁ ଦାବି ହେଉଛି । ତେବେ ଏନେଇ ଜିଲ୍ଲାପାଳ ସୁନ୍ଦରଗଡଙ୍କୁ ଯୋଗାଯୋଗ କରାଜିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା ।