ଭୁବନେଶ୍ୱର -ରାଜ୍ୟରେ ନୂତନ ମୋଟର ଯାନ ଆଇନ ଲାଗୁ ହେବାପରେ ଏପର୍ଯ୍ୟନ୍ତ ଦେଢ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ଜରିମାନା ଆଦାୟ ହୋଇଛି । ଗତ ସେପ୍ଟେମ୍ବର ୧ରୁ ନିୟମ ଲାଗୁ ହୋଇଥିବା ବେଳେ ନଭେମ୍ବର ୧ ତାରିଖ ମଧ୍ୟରେ ମୋଟ ୧ କୋଟି ୫୩ ଲକ୍ଷ ୩୪ ହଜାର ୭୬୦ କୋଟି ଟଙ୍କା ଫାଇନ୍ ଆଦାୟ ହୋଇଛି ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।
ଗୁରୁବାର ବିଧାନସଭାରେ କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ଏସମ୍ପର୍କିତ ପ୍ରଶ୍ନର ଉତରରେ ମନ୍ତ୍ରୀ କହିଛନ୍ତି ଯେ ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ମୋଟ ୫୩୧୭ ଜଣଙ୍କ ଠାରୁ ମୋଟ ୪୬,୦୦,୮୫୦ ଟଙ୍କା ଆଦାୟ ହୋଇଛି । ସେହିପରି ଗାଡିର ଇନସ୍ୟୁରାନ୍ସ ନଥିବା କାରଣରୁ ୨,୧୧୧ ଜଣଙ୍କ ଠାରୁ ୧୩,୭୯,୭୦୦ ଟଙ୍କା ପ୍ରଦୂଷଣ ସାର୍ଟିଫିକେଟ ନଥିବାରୁ ୧,୧୭୭ ଜଣଙ୍କ ଠାରୁ ୩୮,୧୬,୧୧୦ ଟଙ୍କା ଆଦାୟ ହୋଇଛି । ମଦ ପିଇ ଗାଡି ଚଲାଉଥିବା ୪୯୦ ଜଣଙ୍କ ଠାରୁ ୭ ଲକ୍ଷ ୩୮ହଜାର୧୦୦ ଟଙ୍କା ଆଦାୟ ହୋଇଛି । ମୋଟର ଯାନ ନିୟମ ଉଲ୍ଲଂଘନ କରିଥିବା ଦୁଇ ଚକିଆ, ତିନି ଓ ·ରି ଚକିଆ ଯାନ ·ଳକଙ୍କ ଠାରୁ ଏହି ଜରିମାନା ଆଦାୟ କରାଯାଇଛି ବୋଲି ମନ୍ତ୍ରୀ ଗୃହକୁ ଜଣାଇଛନ୍ତି ।
ଅପରପକ୍ଷରେ ୨୦୧୮ ସେପ୍ଟେମ୍ବର ମାସରେ ରେ ୮୪୪ଟି ସଡକ ଦୁର୍ଘଟଣା ହୋଇଥିବା ବେଳେ ଚଳିତ ବର୍ଷ ସେହି ମାସରେ ୭୦୨ଟି ସଡକ ଦୁର୍ଘଟଣା ହୋଇଛି ବୋଲି ମନ୍ତ୍ରୀ ଉତର ରଖିଛନ୍ତି ।