ମୁମ୍ବାଇ, ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ଭାବେ ବିଜେପି ବିଧାୟକ ରାହୁଲ୍ ନର୍ବେକର୍ ସଂଖ୍ୟାଗରିଷ୍ଠତା ହାସଲ କରି ବିଜୟୀ ହୋଇଛନ୍ତି । ଆଜି ପୂର୍ବାହ୍ନ ୧୧ଟାରେ ମହାରାଷ୍ଟ୍ର ବିଧାନସଭାରେ ବାଚସ୍ପତି ନିର୍ବାଚନ ନିମନ୍ତେ ମତଦାନ ଆରମ୍ଭ ହୋଇଥିଲା । ବାଚସ୍ପତି ପଦ ନିମନ୍ତେ ଉଦ୍ଧବ ଠାକ୍ରେଙ୍କ ଅନୁଗାମୀ ରାଜନ ସାଲ୍ୱି ଶିବସେନା-ଏନ୍ସିପି-କଂଗ୍ରେସ ର ପ୍ରାର୍ଥୀ ହୋଇଥିଲେ । ତାଙ୍କ ବିପକ୍ଷରେ ନିର୍ବାଚନ ଲଢୁଥିଲେ ୪୫ ବର୍ଷିୟ ବିଜେପି ବିଧାୟକ ରାହୁଲ୍ ନର୍ବେକର୍ । ନର୍ବେକର ୧୬୪ ଖଣ୍ଡ ଭୋଟ୍ ପାଇଥିବା ବେଳେ ସାଲ୍ୱି ୧୦୭ ଖଣ୍ଡ ଭୋଟ୍ ପାଇଛନ୍ତି ।
ଉଲ୍ଲେଖଯୋଗ୍ୟ, କଂଗ୍ରେସର ନାନା ପାଟୋଲେ କଂଗ୍ରେସ ପରିତ୍ୟାଗ କରିବା ପରେ ଗତ ଫେବ୍ରୁଆରି ମାସରୁ ମହାରାଷ୍ଟ୍ର ବିଧାନସଭାରେ ବାଚସ୍ପତି ପଦବୀ ଖାଲି ପଡ଼ିଥିଲା ।