
ଭୁବନେଶ୍ୱର , ଜୁଲାଇ ମାସରେ ସଂକ୍ରମଣ ରୋକିବାକୁ ସତର୍କତା ଅବଲମ୍ବନ କରିବା ଜରୁରୀ । ଆଉ ଦୁଇ ସପ୍ତାହ ପରେ କରୋନା ପିକ୍ ଛୁଇଁବାର ସମ୍ଭାବନା ରହିଛି । ତେବେ ଚଳିତମାସ ଶେଷ ଆଡକୁ ପୁଣି ଧୀରେ ଧୀରେ ସଂକ୍ରମଣ ହ୍ରାସ ପାଇବ । ସଂକ୍ରମିତ ସଂଖ୍ୟା ଏକ ହଜାରରୁ ଟପିବ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର
ସେ ଆହୁରି କହିଛନ୍ତି ଯେ ବ୍ୟାପକ ଟିକାକରଣ ଯୋଗୁଁ କୋଭିଡ ବିରୋଧରେ ଲଢ଼ିବା ପାଇଁ ଲୋକଙ୍କ ପାଖରେ ରୋଗପ୍ରତିରୋଧକ ଶକ୍ତି ବଢିଛି । ସଂକ୍ରମଣ ବଢିଥିବା ଅନ୍ୟ ରାଜ୍ୟରେ ଏବେ ସଂକ୍ରମଣ କମିବା ଆରମ୍ଭ କରିଛି । ଭୁବନେଶ୍ୱର ଓ କଟକରେ ମାସ୍କକୁ ବାଧ୍ୟ୍ୟତାମୂଳକ ନିଷ୍ପତି ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ସେ କହିଛନ୍ତି ।