ପୁରୀ, ସକାଳ ଧୂପ, ଶ୍ରୀଜୀଉଙ୍କୁ କୋଠ ଭୋଗ ଲାଗି ପରେ ଆଜି ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତ ପାଇଛନ୍ତି ଆଡ଼ପ ଅବଢ଼ା । ଆଡ଼ପ ଅବଢ଼ା ଆନନ୍ଦବଜାରକୁ ଆସିବା ପରେ ଭକ୍ତ ମାନେ ଆଡ଼ପ ଅବଢ଼ା ସେବନ କରି ଫେରୁଥିବା ଦେଖିବାକୁ ମିଳିଛି । ସଅଳ ନୀତି ଆଡ଼ପ ଅବଢ଼ା ଶୀଘ୍ର ବାହାରିଥିବା ଜଣାପଡିଛି ।
କଥିତ ଅଛି, ମହାରାଜା ଇନ୍ଦ୍ରଦ୍ୟୁମ୍ନ ମହେଦଧିର ଦାରୁ ଆଣିବା ପରେ ବିଗ୍ରହ ନିର୍ମାଣ ସହ ୭ ଦିନ ଯଜ୍ଞ କରିଥିଲେ ଯଜ୍ଞର ପ୍ରଥମ ଭୋଗ ଭାବେ ମହାପ୍ରସାଦ ଭୋଗ ହୋଇଥିଲା । ଏହି ଭୋଗକୁ ମହାପ୍ରସାଦର ଜନ୍ମଦିନ ଭାବି ଭକ୍ତ ମାନେ ଆଡପ ଅବଢ଼ା ସେବନ କରିଥାନ୍ତି । ଗୁଣ୍ଡିଚା ମନ୍ଦିରରେ ମା ବିମଳା ନଥିବାରୁ ଜଗମୋହନର ଏକ ସ୍ତମ୍ବକୁ ବିମଳାଙ୍କ ସ୍ଥିତି କଳ୍ପନା କରାଯାଇ ମହାପ୍ରସାଦ ସମର୍ପଣ କରାଯାଇଥିଲା । ପରେ ଏହି ପ୍ରସାଦ ଭୋଗ ଶ୍ରୀମନ୍ଦିର ଭିତରେ ଥିବା ମା ବିମଳା ମନ୍ଦିରକୁ ଅଣାଯାଇଥିଲା । ଆଡ଼ପ ଅବଢ଼ାର ଅନେକ ମହାତ୍ମ୍ୟ ରହିଥିବାରୁ ଭକ୍ତଙ୍କ ଆଗ୍ରହ ବୃଦ୍ଧି ପାଇଛି । ଅବଢ଼ା ଦର ଅଧିକ ଥିଲେ ଭକ୍ତ କିଣିନେଉଥିବା ଦେଖିବାକୁ ମିଳିଛି ।
ସକାଳ ଧୂପରେ ମହାପ୍ରଭୁଙ୍କୁ ଖେଚୁଡ଼ି, ଡ଼ାଲମା, ଶାଗ ଓ ଭଜା ଲାଗି ହୋଇଥିଲା । ଆଡ଼ପ ଅବଢ଼ା ସେବନ କଲେ ଓ ବ୍ରାହ୍ମଣଙ୍କୁ ଭୋଜନ କରାକଲେ ମହାପୂର୍ଣ୍ଣ୍ୟ ହୋଇଥାଏ ବୋଲି ବିଶ୍ଵାସ ରହିଛି । ଗତକାଲି ସଂନ୍ଧ୍ୟାରେ ରଥାରୁଢ଼ ଚତୁର୍ଦ୍ଧାମୂର୍ତି ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରିଥିଲେ ।