ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରଶିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ଶାନ୍ତି ଓ ଶୃଙ୍ଖଳାର ସହିତ ସମ୍ପୂର୍ଣ୍ଣ ହୋଇଛି |ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ନୀତି ଭୋର ୩ ଘଂଟିକା ସମୟରୁ ଆରମ୍ଭ ହୋଇ ୯ ଘଂଟିକା ସମୟରେ ଧାଡି ପହଣ୍ଡି ଶେଷ ହୋଇଥିଲା |ମଙ୍ଗଳଆଳତି -୩:୦୦, ତଡପଲାଗି-୩:୧୫, ମଇଲମ-୩:୦୫
ରୋଷହୋମ-୩:୧୫, ଅବକାଶ-୦୩.୪୦ ରୁ ୦୩.୫୫, ମଇଲମ-୦୪.୦୦, ବେଶ ଶେଷ-୦୪.୩୦, ଦ୍ୱାରପାଳ ପୂଜା-୦୪.୫୦, ସୂର୍ଯ୍ୟପୂଜା-୦୪.୨୫, ଗୋପାଳ ବଲ୍ଳଭ ଓ ସକାଳଧୂପ ଡାକିଗଲେ-୦୪.୫୫, ଗୋପାଳ ବଲ୍ଳଭ ଓ ସକାଳଧୂପ ଛେକ-୦୫.୦୦, ଗୋପାଳ ବଲ୍ଳଭ ଓ ସକାଳଧୂପ ପୂଜା-୦୫.୦୫, ଗୋପାଳ ବଲ୍ଳଭ ଓ ସକାଳଧୂପ ଟେରା -୦୫.୨୫, ଗୋପାଳ ବଲ୍ଳଭ ଓ ସକାଳଧୂପ ଶେଷ-୦୫.୪୦
ପୁଷ୍ପାଞ୍ଜଳି-୦୬.୦୫,ରଥପ୍ରତିଷ୍ଠା-୦୬.୦୦, ଡୋର ଲାଗି-୦୬.୧୦
,ପହଣ୍ଡି ଆରମ୍ଭ-୦୬.୧୫, ପହଣ୍ଡି ଶେଷ-୦୯.୦୦ |
ମଦନମୋହନ, ରାମକୃଷ୍ଣ ବିଜେ-୦୯.୨୫ ତିନି ରଥ ଛେରାପହଁରା-୧୧.୨୦ ରୁ ୧୨.୨୦,ରଥ ଉପରେ “ଛେରା ପହଁରା” ନୀତି କରିଥିଲେ ଗଜପତି ମହାରାଜ ଦିବ୍ୟ ସିଂହ ଦେବ | ମଇଲମ, ବେଶ-୧୦.୩୦ ହୋଇଥିଲା |
ଚାରମାଳ ଫିଟା ଓ ଘୋଡ଼ା ସାରଥି ଲାଗିବା-୧୨.୧୦ ରୁ ୦୧.୦୦, ଦେବଦଳନ ରଥଟଣା ଆରମ୍ଭ-୦୧.୩୦,ତାଳଧ୍ଵଜ ରଥଟଣା ଆରମ୍ଭ-୧୨.୩୫ ଏବଂ ରଥ ଉପରେ “ଛେରା ପହଁରା” ନୀତି କରିଥିଲେ ଗଜପତି ମହାରାଜ ଦିବ୍ୟ ସିଂହ ଦେବ |ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ନିଷ୍ପତ୍ତି ହୋଇଥିବା ନୀତି ନିର୍ଘଣ୍ଟ ପୂର୍ବରୁ ସମସ୍ତ ନୀତି ଅନୁଷ୍ଠିତ ହୋଇଥିଲା |ନନ୍ଦିଘୋଷ ରଥଟଣା ଆରମ୍ଭ-୦୨.୩୦ ସମୟରେ ଆରମ୍ଭ ହୋଇଥିଲା |ଏହାପରେ ତାଳଧ୍ଵଜ ରଥ ଶ୍ରୀଗୁଣ୍ଡିଚା ମନ୍ଦିର
ନିକଟରେ ୩.୫୫ ମିନିଟ ସମୟରେ ପହଞ୍ଚିଥିଲା |
ପରେ ଦେବଦଳନ ରଥ ୫.୨୦ ମିନିଟ ଏବଂ ନନ୍ଦିଘୋଷ ରଥ ୬.୩୦ ମିନିଟ ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର
ନିକଟରେ ପହଁଚିଲେ |ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନିରଥ ପହଞ୍ଚିବା ପରେ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ |
Related Stories
November 23, 2024
November 23, 2024
November 23, 2024