ଭୁବନେଶ୍ୱର, ରାଜ୍ୟରେ ଗୋଟିଏ ଦିନରେ ୨୩୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୯୦୧୯୨ କୁ ବୃଦ୍ଧି ପାଇଛି । ସେହିପରି ୧୮ ବର୍ଷରୁ ୩୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୯୯୭୮ ହୋଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୦୩୫ ରହିଛି ।
ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୩୫ ଜଣ ସଂଗରୋଧରୁ ଓ ୯୬ ଜଣ ସ୍ଥାନୀୟ ସମ୍ପର୍କରୁ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୧୮ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲାରେ ୧୩, ଭଦ୍ରକ ଜିଲ୍ଲାରେ ୫, ବଲାଙ୍ଗୀର ଜିଲ୍ଲାରେ ୧, କଟକ ଜିଲ୍ଲାରେ ୩୫. ଦେବଗଡ ଜିଲ୍ଲାରେ ୁ ୩, ଜଗତସିଂହପୁର ଜିଲ୍ଲାରେ ୁ ୨,ଯାଜପୁର ଜିଲ୍ଲାରେ ୨ ଝାରସୁଗୁଡାରେ ଜିଲ୍ଲାରେ ୧. କଳାହାଣ୍ଡି ଜିଲ୍ଲାରେ ୧, ଖୋର୍ଧା ଜିଲ୍ଲାରେ ୯୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମାଲକାନଗିରି ଜିଲ୍ଲାରେ୧. ମୟୁରଭଂଜ ଜିଲ୍ଲାରେ ୧, ନୂଆପଡା ଜିଲ୍ଲାରେ ୮, ପୁରୀ ଜିଲ୍ଲାରେ ୫, ସମ୍ବଲପୁର ଜିଲ୍ଲାରେ ୧୦ , ସୋନପୁୁର ଜିଲ୍ଲାରେ ୬,ସୁନ୍ଦରଗଡ ଜିଲ୍ଲାରେ ୧୨ ଓ ଷ୍ଟେଟ ପୁଲରେ ୨୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅବଶିଷ୍ଟ ୧୧ ଟି ଜିଲ୍ଲାରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି ।