ପୁରୀ,ଗତକାଲି ଶ୍ରୀଗୁଣ୍ଡିଚା ଯାତ୍ରାରେ ୩ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ଲାଗିଥିଲା। ରଥ ଲାଗିବା ପରେ ରଥ ଉପରେ ଠାକୁରଙ୍କ ବିଭିନ୍ନ ନୀତି ସମାପନ ହୋଇଥିଲା। ଆଜି ଶନିବାରେ ସକାଳୁ ହଜାର ହଜାର ଭକ୍ତ ରଥାରୁଢ ଠାକୁର ମାନଙ୍କୁ ଦର୍ଶନ କରୁଛନ୍ତି। ଗୁଣ୍ଡିଚା ମନ୍ଦିର ନିକଟରେ ଭକ୍ତିପୂର୍ଣ ମାହୋଲ ସୃଷ୍ଟି ହୋଇଛି। ଆଜିସକାଳ ୬ଟା.୩୦ରେ ମଙ୍ଗଳ ଆଳତି, ୬.୪୫ରେ ତଡପ ଲାଗି, ୭ଟାରେ ଅବକାଶ, ୮ଟା୧୫ରେ ବେଶଶେଷ, ୯ଟାରେ ଗୋପାଲବଲ୍ଲଭ ଭୋଗ ଓ ୧୧ଟାରେ ସକାଳଧୂପ ଶେଷ ହୋଇଥିଲା। ୧୧ଟା ୩୫ରେ ତିନିରଥ ଉପରେ ସର୍ବାଙ୍ଗ ଶେଷ ହୋଇଥିଲା। ସ୍ଥାନୀୟ ଭକ୍ତଙ୍କ ସହ ବାହାରୁ ଆସିଥିବା ଭକ୍ତମାନେ ରଥ ଉପରେ ଠାକୁରଙ୍କୁ ଦର୍ଶନ କରୁଛନ୍ତି। ସନ୍ଧ୍ୟାରେ ଆଡପ ପହଣ୍ଡିରେ ଶ୍ରୀଜୀଉ ମାନେ ଆଡପ ମଣ୍ଡପକୁ ବିଜେ କରିବେ।
Related Stories
November 23, 2024