ବଲାଙ୍ଗିର, ଏମଫିଲରେ ପାଇଲେ ଗୋଲ୍ଡ ମେଡାଲ। ବଲାଙ୍ଗିରର ମେଧାବୀ ଛାତ୍ର ବାହାର ରାଜ୍ୟରେ ହାସିଲ କରିଛନ୍ତି ଗୋଲ୍ଡ ମେଡାଲ । ଏବଂ ରାଜ୍ୟ ତଥା ବଲାଙ୍ଗିର ପାଇଁ ଆଣି ଦେଇଛନ୍ତି ଗର୍ବ। ବଲାଙ୍ଗିର ଜିଲ୍ଲା ଟିଟିଲାଗଡର ଛାତ୍ର ମହମ୍ମଦ ଆଲିରାଜା ଏହି ଉପଲବ୍ଧି ହାସଲ କରିଛନ୍ତି। ସେ ୨୦୧୯ -୨୦୨୦ ବର୍ଷ ପାଇଁ ଛତିଶଗଡ଼ ରାଜ୍ୟ ରାୟପୁର ସ୍ଥିତ ରାୱତ ପୁରା ସରକାର ୟୁନଭରସିଟିରେ ଏମଫିଲ ବାଣିଜ୍ୟ ପାଠ୍ୟକ୍ରମରେ ନାମ ଲେଖାଇଥିଲେ। ଏବଂ ଅନ୍ତିମ ପର୍ଯ୍ୟାୟ ପରୀକ୍ଷାରେ ସେ ୮୪ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ଏବଂ ଗତକାଲି ଏହି ୟୁନିଭରସିଟିରେ ଆୟୋଜିତ ସମାବର୍ତ୍ତନ ଉତ୍ସବରେ ଛତିଶଗଡ଼ ରାଜ୍ୟପାଳ ସୁଶ୍ରୀ ଅନୁସୁୟା ଉକେଙ୍କ ହାତରୁ ଏଥିପାଇଁ ଗୋଲ୍ଡ ମେଡାଲ ଗ୍ରହଣ କରିଥିଲେ। ତେବେ ଏହି ସମାବର୍ତ୍ତନ ଉତ୍ସବରେ ଛତିଶଗଡ଼ ରାଜ୍ୟପାଳଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଡାକ୍ତର ବିରେନ୍ଦ୍ର କୁମାର, କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ, ଛତିଶଗଡ଼ ବିଧାନସଭା ବାଚସ୍ପତି ଶ୍ରୀ ଚରଣ ଦାସ ମହନ୍ତ, ଛତିଶ ଗଡ଼ ଶିକ୍ଷା ମନ୍ତ୍ରୀ ଉମେଶ ନନ୍ଦ କୁମାର ପଟେଲ, ଛତିଶଗଡ଼ ଖାଦ୍ୟ ଯୋଗାଣ ଓ ସଂସ୍କୃତି ମନ୍ତ୍ରୀ ଅମରଜିତ୍ ଭଗତ, ଛତିଶଗଡ଼ ସ୍କୁଲ ଶିକ୍ଷା ମନ୍ତ୍ରୀ ପ୍ରେମ ସାଏ ସିଂ ଟେକମଙ୍କ ସହ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ସେପଟେ ବଲାଙ୍ଗୀର ଜିଲ୍ଲାର ଛାତ୍ର ମହମ୍ମଦ ଆଲିରଜାଙ୍କ ଏହି ଉପଲବ୍ଧି ପାଇଁ ତାଙ୍କ ନିକଟକୁ ସବୁଆଡୁ ପ୍ରଶଂସାର ସୁଅ ଛୁଟିଛି।
Related Stories
November 23, 2024