
ବ୍ରହ୍ମପୁର: ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ସ୍କୁଲ ମୋବାଇଲ ଆପକୁ ଗୁରୁବାରେ ଉନ୍ମୋଚନ କରିଛନ୍ତି । ମୋ ସ୍କୁଲର ୨ବର୍ଷ ପୂର୍ତ୍ତି ଅବସରରେ ଏହି ଆପକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ୱାରା ଅଧିକ ସଂଖ୍ୟ।।ରେ ପୁରାତନ ଛାତ୍ରଛାତ୍ରୀ ,ଅନୁଷ୍ଠାନ, ସଂସ୍ଥା ବିଦ୍ୟାଳୟ ସହ ଯୋଡ଼ି ହୋଇ ଅଧିକରୁ ଅଧିକା ସହୋଜୋଗ କରିପାରିବେ । ଭିଡ଼ିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଥା ହୋଇ ମୋ ସ୍କୁଲ ଯୋଜନାର ସମୀକ୍ଷା କରିଛନ୍ତି । ଗୁରୁବାର ଗଂଜାମ ଜିଲ୍ଲାପାଳକଂ ସମ୍ମୀଳନୀ କକ୍ଷରେ ମଧ୍ୟ ମୁଖ୍ୟମନ୍ତୀ ଭିଡିଓ କନଫରେନ୍ସ ମାଧ୍ୟମରେ ଗଂଜାମ ଜିଲ୍ଲାପାଳକଂ ସହ ସିଧା କଥା ଶୁଣି ବୋଉ। ଏହି ଅବସରରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଗେଂ,ବି ଏମ ସି କମିସନର ଚକ୍ରବର୍ତ୍ତୀ ସିଂ ରାଥୋଡ, ଏପିଡି(ରାଜସ୍ବ)ଲକ୍ଷ୍ମୀ କାନ୍ତ ସେଠୀ ,ଜିଲ୍ଲାଶିକ୍ଷା ଅଧିକାରୀ ସନାତନ ପଣ୍ଡା,କୁକୁଡାଖଣ୍ଡି ବିଇଓ ଏସ୍.ଗିରିଧରଙ୍କ ସହ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।