-
ଆଜି ଅପରାହ୍ନହେ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
ଭୁବନେଶ୍ୱର, ଶନିବାର ଠାରୁ ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ । ଆଜି ଅପରାହ୍ନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ ।
ଉଲ୍ଲେଖଯୋଗ୍ୟ ଯେ, ବିଧାନସଭାର ମୌସୁମୀ ପଂଚାୟତ ଓ ପୌର ନିର୍ବାଚନ ପାଇଁ ଗତ ଅଧିବେଶନରେ ୨୦୨୨-୨୩ର ପୂର୍ଣ୍ଣାଙ୍ଗ ବଜେଟ୍ ପରିବର୍ତେ ରାଜ୍ୟ ସରକାର ୪ ମାସିଆ କାମଚଳା ବଜେଟ ଉପସ୍ଥାପିତ କରିଥିଲେ । ତେଣୁ ଜୁଲାଇ ୩୧ ତାରିଖ ପୂର୍ବରୁ ପୂର୍ଣ୍ଣାଙ୍ଗ ବଜେଟ୍ ଗୃହର ଅନୁମୋଦନ ଲାଭ କରିବ ।
ଏହି ମୌସୁମୀ ଅଧିବେଶନରେ ମୋଟ୍ ୨୪ଟି କାର୍ଯ୍ୟଦିବସ ରହିଛି । ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଜୁଲାଇ ୨ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୪ ତାରିଖ ଯାଏଁ ଚାଲିବ । ଚଳିତ ମୌସୁମୀ ଅଧିବେଶନରେ ସମୁଦାୟ ୨୪ଟି କାର୍ଯ୍ୟ ଦିବସ ରହିଛି । ଜୁଲାଇ ୩୦ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ଆଗତ କରାଯିବ । ପ୍ରଥମ ପର୍ଯ୍ୟାୟରେ ଜୁଲାଇ ୨ରୁ ୬ ତାରିଖ ଯାଏ ଗୃହ ଚାଲିବ । ଜୁଲାଇ ୭ରୁ ୧୨ ତାରିଖ ପର୍ଯ୍ୟନ୍ତ ଗୃହ ମୁଲତବୀ ରହିବ । ୧୩ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ ୪ ତାରିଖ ଯାଏ ଚାଲିବ । ବାଚସ୍ପତି ଭାବେ ବିକ୍ରମ କେଶରୀ ଆରୁଖ ପ୍ରଥମ ଥର ପାଇଁ ଗୃହ ପରିଚାଳନା କରୁଛନ୍ତି ।
ଅଧିବେଶନ ପୂର୍ବରୁ ଗତ ବୁଧବାର ଦିନ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ୍ରଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଚଳିତ ଥର କୋଭିଡ୍ କଟକଣା ମଧ୍ୟରେ ବିଧାନସଭାର ଗୃହ କାର୍ଯ୍ୟ ୫ ଘଂଟା ପରିବର୍ତେ ୬ ଘଂଟା ଯାଏ ଚାଲିବ ବୋଲି ଏହି ବୈଠକରେ ନିଷ୍ପତି ଗ୍ରହଣ କରା ଯାଇଥିଲା ।