
ସାକ୍ଷିଗୋପାଳ, ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ମୃତ୍ୟୁ ଘଟିଛି । ରଥଯାତ୍ରାର ଖବର ସଂଗ୍ରହ ପାଇଁ ଆଜି ସକାଳେ ସେ ବାଇକ୍ ଯୋଗେ ଶ୍ରୀକ୍ଷେତ୍ର ଅଭିମୁଖେ ଯାଉଥିବା ବେଳେ ପୁରୀ- ଭୁବନେଶ୍ଵର ୩୧୬ ନଂ ଜାତୀୟ ରାଜପଥର ସାତଶଙ୍ଖ ଫାଣ୍ଡି ନିକଟରେ ବାଇକ୍ ଟି ଏକ ଅଜଣା ଗାଡି ସହ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସ୍ଵର୍ଗତ ପଣ୍ଡା ଦୀର୍ଘ ଦିନ ଧରି ଦୈନିକ ଖବରକାଗଜ ‘ସମୟ’ ସହିତ ଜଡ଼ିତ ଥିଲେ । ତାଙ୍କ ମୃତ୍ୟୁରେ ସାମ୍ବାଦିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।