
ନୂଆପଡ଼ା, ନୂଆପଡା ଜିଲ୍ଲା ଖଡ଼ିଆଳ ବିଜ୍ଞାପିତ ଅଂଚଳ ପରିଷଦ ଦ୍ବାରା ସଡ଼କ ଆଲୋକ ସେବା ଆରମ୍ଭ ହୋଇଅଛି। ସହରରୁ ଆରମ୍ଭ କରି ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥରେ ସଡ଼କ ଆଲୋକ ଵ୍ୟଵସ୍ଥା ପାଇଁ ଗ୍ରୀନ ଫିଲ୍ଡ କାମ କରିଅଛି। ଉଚ୍ଚ ଖମ୍ବରେ ଏଲଇଡି ଲାଇଟ ଖଞ୍ଜା ହୋଇ ଅତିସୁନ୍ଦର ଏବଂ ସହରର ସୌନ୍ଦର୍ଯ୍ୟତା ବୃଦ୍ଧି କରିଥାଏ। କିନ୍ତୁ, ଗତ କିଛି ଦିନ ହେବ ଆମ୍ବେଦକର ଛକ ଠାରୁ ରାଣୀପୁର ଗ୍ରାମ ପର୍ଯ୍ୟନ୍ତ ସଡ଼କ ଆଲୋକ ସେବା ବାଧାପ୍ରାପ୍ତ ହୋଇଅଛି। ଫଳରେ ଜନତା ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସଡ଼କ ଆଲୋକ ସେବାକୁ ସ୍ଵାଭାବିକ କରିବାକୁ ଏନଏସି କର୍ତୁପକ୍ଷଙ୍କୁ ଅନୁରୋଧ କରାଯାଇଛି ।