
ନୂଆପଡ଼ା,ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ହାତୀବନ୍ଧା ହାଇସ୍କୁଲର କ୍ରୀଡ଼ା ଶିକ୍ଷକ ଭରତ ଚନ୍ଦ୍ର କାଣ୍ତ ଆଜି ଅବସରଗ୍ରହଣ କରିଥିବା ବେଳେ ଏନେଇ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭୁବନେଶ୍ଵର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପର୍ଶୁରାମ ମେହେର, ପ୍ରମୋଦ କୁମାର ପଣ୍ତା, ଶିକ୍ଷକ ଲୋକେଶ୍ଵର ମେହେର, ହନୁମାନ ବେହେରା, ନବକିଶୋର ଆଚାର୍ଯ୍ଯ, କମଲ ପ୍ରସାଦ ମିଶ୍ର, ସିଆରସିସି କ୍ଷୀରସିନ୍ଧୁ ମେହେରଙ୍କ ସହ ବିଦାୟୀ ଶିକ୍ଷକ ଭରତ ଚନ୍ଦ୍ର କାଣ୍ତ ମଂଚାସୀନ ଥିଲେ। ଏହି ଅବସରରେ ଉପସ୍ଥିତ ଅତିଥି ଶ୍ରୀ କାଣ୍ତଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।
ପ୍ରାରମ୍ଭରେ ଶିକ୍ଷୟିତ୍ରୀ ହିମାଦ୍ରୀ ମେହେର ସମସ୍ତଙ୍କୁ ସ୍ଵାଗତ କରିବା ସହ କାର୍ଯ୍ଯକ୍ରମ ସଂଚାଳନ କରିଥିଲେ। କାର୍ଯ୍ଯକ୍ରମ ପରିଚାଳନାରେ ଶିକ୍ଷକ ପ୍ରିତିଶ ପ୍ରଧାନ ଓ ଜୟନ୍ତ ରାଉତ ସହଯୋଗ କରିଥିବା ବେଳେ ଶେଷରେ ଚନ୍ଦ୍ରମଣି ମେହେର ଧନ୍ଯବାଦ ଅର୍ପଣ କରିଥିଲେ।