
କନ୍ଧମାଳ,ବରିଷ୍ଠ ସାମ୍ବାଦିକ ତଥା ବଡ଼ ଖବରର ମୁଖ୍ୟ ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଜାଣିଶୁଣି ଉଦ୍ଦେଶ୍ୟମୂଳକ ଭାବେ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଗିରଫର ତୀବ୍ର ପ୍ରତିବାଦ କରିଛି ଜିଲ୍ଲା ପ୍ରେସକ୍ଲବ। ଅର୍ଦ୍ଧେନ୍ଦୁଙ୍କୁ ଗତକାଲି ଗୁରୁବାର ଗିରଫ କରିଛି ଇଓଡବ୍ଲୁ।
ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଫୁଲବାଣୀ ପ୍ରେସ କ୍ଳବ ଠାରେ ସଭାପତି ସୁନୀଲ ପଟନାୟକଙ୍କ ସଭାପତିତ୍ଵରେଆୟୋଜିତ ପ୍ରତିବାଦ ସଭାରେ ବରିଷ୍ଠ ସାମ୍ବାଦିକ ଡ଼. ଅରୂପ ଜେନା ଯୋଗଦେଇ ସାମ୍ବାଦିକ ମାନଙ୍କ ପ୍ରତି ଏଭଳି ଅନ୍ୟାୟକୁ କଦାପି ବରଦାସ୍ତ କରାଯିବନି ବୋଲି କହିଥିଲେ।
ପ୍ରେସ କ୍ଳବ କାର୍ଯ୍ୟକାରୀ ସଭାପତି ଅଶୋକ ପରୀଡ଼ା, ଉପ ସଭାପତି ସତ୍ୟ ନାରାୟଣ ବେହେରା, ତ୍ରିନାଥ ସାହୁ, ସନ୍ତୋଷ ଡିଗଲ, ପ୍ରଶାନ୍ତ ଜେନା, ଶିବରାମ ନାଏକ, ସୁଧୀର ମହାରଣା, କୁନା ଦିଗଲ, କନ୍ଧମାଳ ମିଡିଆ ଫୋରମ ସଂପାଦକ ସୂର୍ଯ୍ୟ ବେହେରା, ଆଦିତ୍ୟ ତ୍ରିପାଠି, ବଡ଼ ଖବର ପ୍ରତିନିଧି ବାପି ପଟ୍ଟନାୟକ, ରମେଶ ପ୍ରଧାନ, ଶିବରାମ ନାୟକ, ରଞ୍ଜନ ଦାଶ, ସଦାଶିବ ପାତ୍ର, ଶିବ ବିଶ୍ଵାଳ, କ୍ଷୀରୋଦ ସାହାଣୀ, ଅଚ୍ୟୁତ ସେଠି, ହୂରଞ୍ଜନ ସେଠି, ବ୍ରଜ ନାୟକ, ସିପୁନ, କାହ୍ନା ପଟନାୟକ, ସଞ୍ଜୟ ପାତ୍ର, ସନ୍ତୋଷ ନାୟକ, ଅଶୋକ ମହାନ୍ତି, ବିଶ୍ଵରଂଜନ ସାମନ୍ତରାୟ ପ୍ରମୁଖ ଯୋଗଦେଇ ଘଟଣାର ତୀବ୍ର ନିନ୍ଦା କରିବା ସହ ତୁରନ୍ତ ତାଙ୍କୁ ଛାଡିଦେବା ଲାଗି ଦାବୀ କରିଥିଲେ। ରାଜ୍ୟ ସରକାରଙ୍କ ଦୁର୍ନିତୀ, ଅନିୟମିତତା, ସଂପର୍କିତ ଖବର ନିର୍ଭିକ୍ ଭାବେ ନିୟମିତ ପରିବେଷଣ କରି ଲୋକଲୋଚନକୁ ଆଣୁଥିବା ଫଳରେ ସରକାର ଆକ୍ରୋଶମୂଳକ ଭାବେ କୌଣସି ସୁଯୋଗ ନ ଦେଇ ତାଙ୍କ ବିରୋଧରେ ହୋଇଥିବା ଏକ ଅଭିଯୋଗର ସଠିକ ତଦନ୍ତ ନ କରି ଅନ୍ୟାୟ ଭାବେ ତାଙ୍କୁ ପୋଲିସ ଗିରଫ କରିଥିବା ସାମ୍ବାଦିକମାନେ ଅଭିଯୋଗ କରି ତୀବ୍ର ପ୍ରତିବାଦ କରିଥିଲେ। ଅର୍ଦ୍ଧେନ୍ଦୁ ଦାସ ସର୍ବଦା ରାଜ୍ୟର ଓ ସାମ୍ବାଦିକମାନଙ୍କ ସୁରକ୍ଷା ଓ ସ୍ଵାର୍ଥରକ୍ଷା ଲାଗି ଉଦ୍ୟମ କରି ଆସୁଥିଲେ ବୋଲି କହିଛନ୍ତି ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ ।
ସେହିପରି ଫୁଲବାଣୀ ପୌରାଧ୍ୟକ୍ଷା ଦୈନିକ ଭାସ୍କର ଖବରକାଗଜରେ ପ୍ରକାଶିତ ଏକ ଖବରରେ ପ୍ରତିକ୍ରିୟା ପ୍ରକାଶ କରି ଟାଉନ ଥାନାରେ ଏତଲା ଦେବା ଘଟଣାକୁ ମଧ୍ୟ ସଦସ୍ୟ ମାନେ ନିନ୍ଦା କରିଥିଲେ । ଏଭଳି ଆଚରଣ ଗଣତନ୍ତ୍ର ପ୍ରତି ଭବିଷ୍ୟତରେ ବିପଦ ସୃଷ୍ଟି କରିବ ବୋଲି କହିବା ସହ ସତ ଖବର ଆଉ ଲୋକଲୋଚନକୁ ଆସିବନି ବୋଲି ସଭାପତି କହିଥିଲେ।
ଅନୁରୂପ ଭାବେ ରାଜ୍ୟର ଜଣେ ବରିଷ୍ଠ ଫୋଟୋଗ୍ରାଫର ଅଶୋକ ପଣ୍ଡାଙ୍କ ରାସ୍ତା ଦୁର୍ଘଟଣାରେ ଅକାଳ ମୃତ୍ଯୁ ଘଟଣାରେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ପ୍ରେସ କ୍ଲବ ସହ ସମ୍ପାଦକ ରମେଶ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।