-
ଓଡ଼ିଶାବାସୀଙ୍କୁ ନେଇ ଗଢା ହେଉ କମିଟି
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପ୍ରତିବର୍ଷ ସରକାର ଶ୍ରୀଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାର ପାଇଁ ଦେଉଛନ୍ତି ପ୍ରଚୁର ଟଙ୍କା। ଅଥଚ ସେଥିରୁ ୧୦ ପ୍ରତିଶତ ବି ଖର୍ଚ୍ଚ ହେଉନି।ବର୍ଷକୁ ଥରେ ସଂସ୍କୃତି କମିଟି ଵସୁନି।ଅନ୍ୟ ଭାଷାରେ ନା’ଛପାଯାଉଛି଼ ଠାକୁରଙ୍କ ଯାନିଯାତ୍ରା,ବେଶ,ଭୋଗ କି ମାହାତ୍ମ୍ୟ।ନା’ସୃଷ୍ଟି ହେଉଛି ବିଭିନ୍ନ ଭାଷାରେ ଭଜନ-ଜଣାଣ।୨୦୧୩ରେ ଏଫଏମ୍ ରେଡିଓ ପ୍ରତିଷ୍ଠା ର ପ୍ରସ୍ତାବ ପାଳିତ ହୋଇବି ୧୦ବର୍ଷରେ ଥରେ ମନୋନୀତ କମିଟି ଵସିନି। ଏପରି ଅବସ୍ଥା ଯେ ଅର୍ଥ ନଦେବା ରୁ ମାଜଣା ମଣ୍ଡପ ରେ ଆଉ ଗୀତ ବୋଲାଯାଉନି। କମିଟି ର ମୁଖ୍ୟ କିଛି ପ୍ରସ୍ତାବକଙ୍କୁ ଧରି ବିଗତ ୨୦ବର୍ଷରେ ଚାଲିଛନ୍ତି ଓ ଛାପିଛନ୍ତି ଦୁଇଟି ହଜାରେ ପୃଷ୍ଠିଆ ବହି,ଯାହାର ଗ୍ରାହକଟିଏ ନାହିଁ। ଏଭଳି ଅଭିଯୋଗ ନେଇ ଆଜି ଶ୍ରୀଜଗନ୍ନାଥ ଧର୍ମ ସଂସ୍କୃତି ସୁରକ୍ଷା ସଂଗଠନ ଓଡ଼ିଶା ଓ ଓଡ଼ିଶା ଯୁଵ ଚେତନା ସଂଗଠନ ପକ୍ଷରୁ ରାଜ୍ୟ ସଭାପତି ବଦ୍ରି ମିଶ୍ର ଙ୍କ ନେତୃତ୍ବ ରେ ଏକ ପ୍ରତିନିଧି ଦଳ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ରଙ୍କୁ ଭେଟି ବିଷୟ ଆଲୋଚନା କରିବା ସହ ୨୩ଜଣ ବିଧାୟକଙ୍କୁ ଭେଟି ଠାକୁର ଙ୍କ ସଂସ୍କୃତି ପ୍ରଚାର ପ୍ରସାର ରେ ହେଉଥିବା ଅବହେଳା ର ତଦନ୍ତ ଦାବି କରିଛନ୍ତି।ଶ୍ରୀମିଶ୍ର ଦାବି କରିଛନ୍ତି ଯେ ୨୦୦୪ ରୁ ୨୦୨୨ ମଧ୍ୟରେ ସରକାର କେତେଟଙ୍କା ଶ୍ରୀମନ୍ଦିର ପ୍ରଶାସନ କୁ ଦେଇଛନ୍ତି ଓ କେତେ ଟଙ୍କା ବ୍ୟୟ ନହୋଇ ଫେରିଛି ତାହା ସାର୍ବଜନୀନ କରିବା ଦରକାର।ସେ କହିଛନ୍ତି ଯେ , ଜଗନ୍ନାଥ କେବଳ ପୁରୀ ର ଠାକୁର ନୁହଁନ୍ତି | ଏଣୁ ଠାକୁର ଙ୍କ ସଂସ୍କୃତି ର ପ୍ରଚାର-ପ୍ରସାର ପାଇଁ ସରକାର,ଓଡ଼ିଶାର ସାହିତ୍ୟିକ, ଗବେଷକ,ପ୍ରବଚକ, ଗୀତିକାର, ସଂଗୀତ ନିର୍ଦ୍ଦେଶକ ଓ ଭାରତ ବର୍ଷରେ ଥିବା ବିଭିନ୍ନ ଜଗନ୍ନାଥ ମନ୍ଦିରର କର୍ମକର୍ତ୍ତାଙ୍କୁ ନେଇ ଏକ କମିଟି ଗଠନ କରନ୍ତୁ ବୋଲି ଶ୍ରୀଜଗନ୍ନାଥ ଧର୍ମ ସଂସ୍କୃତି ସୁରକ୍ଷା ସଂଗଠନ ଓଡ଼ିଶା ଓ ଓଡ଼ିଶା ଯୁଵ ଚେତନା ସଂଗଠନ ପକ୍ଷରୁ କୁହାଯାଇଛି |