ବ୍ରହ୍ମପୁର : ସ୍ଥାନୀୟ ଗେଟ୍ ବଜାର ସ୍ଥିତ NGO Hall ଠାରେ ଡକ୍ଟର ସ ଫୋରମ୍ ପକ୍ଷରୁ ଏକ ମାଗଣା ସ୍ବାସ୍ଥ୍ୟ ଶିବିର କରାଯାଇ ଥିଲା। ଏହି ଶିବିରରେ ଉପସ୍ଥିତ ଥିବା ୫୯ରୁ ଉର୍ଦ୍ଧ ବ୍ୟକ୍ତି କର ECG ଏବଂ ରକ୍ତ ଶର୍କରା ପରୀକ୍ଷା କରା ଯାଇଛି। ଉକ୍ତ ଶିବିରକୁ ସଭାପତି ଡ଼ା ଶଙ୍କର୍ଷଣ ପାତ୍ର ଏବଂ ଭୁବନେଶ୍ବର ଅପ୍ପୋଲୋ ହସ୍ପିଟାଲ୍ ର ଡ଼ା ରାଜେନ୍ଦ୍ର କୁମାର ପଣ୍ଡା ଅନୁଷ୍ଠାନ ନିକ ଭାବେ ଉଦ୍ଘାଟନ କରିଥିଲେ। ଏହି ଶିବିରରେ ଉପସ୍ଥିତ ଥିବା ସମସ୍ତ ବୟୋଜ୍ୟେଷ୍ଠ ବ୍ୟକ୍ତି ମାନଙ୍କୁ ମଧୁମେହ ର ଭୟଭୟତା ଏବଂ ଉପଚାର ପାଇଁ ଆବଶ୍ୟକ ତଥ୍ୟ ଉପସ୍ଥାପନ କରାଯାଇଛି।
ଫୋରମ୍ ପକ୍ଷରୁ ସମ୍ପାଦକ ଡ୍ ଅତୁଲ୍ୟ କୁମାର ପଟ୍ଟନାୟକ, ଉପସଭାପତି ଡ଼ା ଧବଳେଶ୍ଵର ନାହାକ ଡ଼ା ସମରେନ୍ଦ୍ର ସାହୁ ଡ଼ା E ଜୟନ୍ତ ରାଓ ,ଡ଼ା ଚନ୍ଦ୍ରମଣି ସ୍ୱାଇଁ,ଡ଼ା କିରଣ କୁମାର,ଡ ସାଗର ରଂଜନ ତ୍ରିପାଠୀ ଡ଼ା ଅନିଲ୍ କୁମାର ସାହୁ ଡ଼ା ଅଭୟ କୁମାର ନାୟକ ଡ଼ା ମୀରା ପଣ୍ଡା ଡ଼ା ପ୍ରଫୁଲ୍ଲ ପାତ୍ର ଉପସ୍ଥିତ ରହି ଶିବିର ପରି ଚାଳନା କରିଥିଲେ। ଅପ୍ପୋଲ ହସ୍ପିଟାଲ୍ ର ଅନିଲ କୁମାର ଜେନା ଏବଂ ଦାବର୍ କମ୍ପାନୀ ପକ୍ଷରୁ ଆଲୋକ ବେହେରା ସହ ୟୋଗ୍ କରିଥିଲେ।