ଭୁବନେଶ୍ୱର, ଆଗାମୀ ଜୁଲାଇ ମାସ ୨ ତାରିଖରୁ ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ରାଜ୍ୟ ପୋଲିସର ବରିଷ୍ଠ ଅଧିକାରୀ ମାନେ ଗୁରୁବାର ଦିନ ବିଧାନସଭାର ସୁରକ୍ଷାର ସ୍ଥିତିକୁ ନୀରିକ୍ଷଣ କରିଛନ୍ତି । ରାଜ୍ୟ ପୋଲିସର ଗୁଇନ୍ଦା ନିର୍ଦ୍ଦେଶକ, ପୁଲିସ କମିସନରଙ୍କ ସମେତ ଭୁବନେଶ୍ୱର ଡିସିପି ଓ ଅନ୍ୟ ବରିଷ୍ଠ ଅଧିକାରୀ ବିଧାନସଭାର ସୁରକ୍ଷା ସ୍ଥିତି ପରଖିଛନ୍ତି ।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଧାନସଭାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାର ରହିବ । ବିଧାନସଭା ଅଧିବେଶନ ଚାଲୁଥିବା ବେଳେ ୧୧ ଜଣ ଏସିପି, ୧୩ ଜଣ ଇନ୍ସପେକ୍ଟର, ୬୨ ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କ ସମେତ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ ।୨ ୟୁନିଟ ଏସଟିୟୁ ଓ ୬ ଜଣ ଅତିରିକ୍ତ ଡିସିପି ମଧ୍ୟ ରହିବେ । ଟ୍ରାଫିକ ଡିସିପି ଟ୍ରାଫିକ ବ୍ୟବସ୍ଥାକୁ ଯାଂଚ କରିବେ । ଏଣେ ଡଗ ସ୍କ୍ୱାଡ୍ ଓ ବମ ସ୍କ୍ୱାଡ୍ ନିୟୋଜିତ ରହିବେ । ଏମାନେ ସମସ୍ତେ ଭୁବନେଶ୍ୱର ଡିସିପି ଙ୍କ ତତ୍ତ୍ୱାବଧାନରେ ରହି କାମ କରିବେ ବୋଲି ସୂଚନା ଦିଆ ଯାଇଛି ।
ଉଲ୍ଲେଖନୀୟ ଯେ ଶନିବାର ଦିନ ଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି ।