ଗଞ୍ଜାମ, ବର୍ଷାଋତୁ ଆରମ୍ଭ ହୋଇଯାଇଛି । ଏବେ ମଶା ଭୟ । ଅନ୍ୟ ଋତୁ ତୁଳନାରେ ବର୍ଷା ଦିନରେ ମଶା ବଂଶ ବୃଦ୍ଧି ପାଇବାର ଯଥେଷ୍ଟ ଆଶଙ୍କା ରହିଛି । ଏଣୁ ମଶାବାହକ ରୋଗକୁ ଭୟ । ପ୍ରତିବର୍ଷ ଜିଲ୍ଲାରେ ଡ଼େଙ୍ଗୁର ପ୍ରାର୍ଦୁଭାବ ଦେଖିବାକୁ ମିଳୁଛି । ଯାହାକୁ ନେଇ ଚଳିତ ବର୍ଷ ମଧ୍ୟ ଡ଼େଙ୍ଗୁକୁ ନେଇ ଲୋକଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି । ସ୍ଵାସ୍ଥ୍ୟ ବିଭାଗ କରୋନା ସଂକ୍ରମଣକୁ ରୋକିବାକୁ ଅଧିକ ଫୋକସ୍ କରୁଥିବା ବେଳେ ସତର୍କତା ପଦକ୍ଷେପ ନନେଲେ ଡ଼େଙ୍ଗୁ, ମ୍ୟାଲେରିଆ, ଚିକେନଗୁନିଆ ରୋଗର ମଧ୍ୟ ବିପଦ ରହିଛି ବୋଲି ବିଶେଷଜ୍ଞ ମାନେ କହିଛନ୍ତି ।
ଅନ୍ୟପକ୍ଷରେ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଡ଼େଙ୍ଗୁ, ଚିକେନଗୁନିଆ ଓ ମ୍ୟାଲେରିଆକୁ ମଧ୍ୟ ସାମିଲ୍ କରାଯାଇଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।