-
ଫେରାର୍ ରେଞ୍ଜର ଓ ଦୁଇ ଫରେଷ୍ଟରଙ୍କ ବିରୋଧରେ ଏନବିଡବ୍ଲ୍ୟୁ ଜାରୀ କରିବାକୁ କୋର୍ଟରେ ଆବେଦନ
କଟକ, ଚନ୍ଦ୍ରଗିରି ଜଙ୍ଗଲରୁ ହାତୀ କଙ୍କାଳ ଉଦ୍ଧାର ଘଟଣାରେ ଫେରାର୍ ବଡ଼ମ୍ବା ରେଞ୍ଜର ଏବଂ ଦୁଇ ଫରେଷ୍ଟର ମନୋଜ ଦାସ ଓ ପ୍ରଦୀପ ପରିଡାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) ଜାରୀ କରିବାକୁ ଆଠଗଡ଼ ଜେଏମଏଫସି ଆବେଦନ କରାଯାଇଥିବା ଆଠଗଡ଼ ଡିଏଫଓ ସୂଚନା ଦେଇଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ଗତ କିଛିଦିନ ତଳେ କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଅଧିନସ୍ଥ ଚନ୍ଦ୍ରଗିରି ଜଙ୍ଗଲରୁ ଦୁଇଟି ହାତୀ କଙ୍କାଳ ଉଦ୍ଧାର ହୋଇଥିଲା । ଘଟଣା ପରେ ବନ ବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଥିଲା ।