
ଭଞ୍ଜନଗର – ଦିନକୁ ଦିନ ମଣିଷ ସମାଜରେ ଅନ୍ୟାୟ ଅନୀତି ବଢ଼ିବା ଯୋଗୁଁ ହତ୍ୟା, ଚୋରୀ, ଡକାୟତି ଭଳି ବହୁ ଅପରାଧୀକ ଘଟଣା ଦେଖିବାକୁ ମିଳୁଛି l ସମସ୍ତେ ଲୋଭ, ମୋହ ମାୟାରେ ପଡି ନିଜ ନିଜର ସ୍ୱାର୍ଥ ପଛରେ ଦୌଡି ବାରେ ବ୍ୟସ୍ତ l ଏଭଳି ପରିସ୍ଥିତି ରେ ମଧ୍ୟ କିଛି ମହାନ ବ୍ୟକ୍ତିତ୍ୱଙ୍କ ଯୋଗୁଁ ଆଜିବି ମଣିଷ ପଣିଆ ବଞ୍ଚି ରହିଛି l ଭଞ୍ଜନଗର ବ୍ଲକ ଗୁଣ୍ଡୁରି ବାଡ଼ି ଗ୍ରାମରେ ଶ୍ରମିକ ଭାବେ ଗୋହିରି ବାଡ଼ି ଗ୍ରାମର ଖଗେଶ୍ୱର ନାୟକ (26) କାମ କରି ମଙ୍ଗଳ ବାର ସନ୍ଧ୍ୟାରେ ଘରକୁ ଫେରୁଥିଲେ l ସରପଞ୍ଚ ଖଲି ନାୟକ ଙ୍କ ଘର ସାମ୍ନାରେ ସେ ଗୋଟିଏ ମନି ପର୍ସ ପାଇ ତାହା କାହାର ବୋଲି ପଚାରି ବୁଝି ଥିଲେ l ହେଲେ କୌଣସି ସଠିକ ଖବର ନପାଇବାରୁ ସେ ତାହାକୁ ସରପଞ୍ଚ ଙ୍କ ସ୍ୱାମୀ ମାଟିଆ ନାୟକଙ୍କୁ ଦେଇଥିଲେ l ସେଥିରେ ମୋଟ 2730 ଟଙ୍କା, ଭୋଟର କାର୍ଡ,ଆଧାର କାର୍ଡ, ଏଟିଏମ କାର୍ଡ ଓ କିଛି କାଗଜ ପତ୍ର ରହିଥିଲା l ହେଲେ ଖଗେଶ୍ୱର ର ଏହି ମହାନ କାର୍ଯ୍ୟ କୁ ମାଟିଆ ପ୍ରଶଂସା କରିବା ସହ ତାକୁ ନେଇ ବୁଧବାର ସନ୍ଧ୍ୟାରେ ଓକିଲ ସନ୍ତୋଷ ପାଳ ଙ୍କ ଉପସ୍ଥିତି ରେ ଭଞ୍ଜନଗର ଥାନା ଆଇ.ଆଇ.ସି ସୁଦୀପ୍ତ କୁମାର ସାହୁ ଙ୍କୁ ଫେରାଇ ଥିଲେ l ଏଭଳି ମାନବିକତା କୁ ସମ୍ମାନ ଜଣେଇ ଶ୍ରୀ ସାହୁ ପୁଷ୍ପଗୁଛ ଦେଇ ଖଗେଶ୍ୱର କୁ ସମ୍ବର୍ଦ୍ଧିତ କରିଥିଲେ l ସେହି ମନି ପର୍ସଟି ବାଇବାଲି ପଞ୍ଚାୟତ, ଇନ୍ଦ୍ର ଗଡ଼ ଗ୍ରାମର ଅଶୋକ ସାହୁ ଙ୍କର ହୋଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ଅଶୋକ ଙ୍କୁ ପ୍ରଦାନ କରାଯାଇ ନଥିବା ସୂଚନା ମିଳିଛି l