ବଲାଙ୍ଗିର, ଗତକାଲି ମନ୍ତ୍ରୀ ଜଙ୍ଗଲ ଓ ପରିବେଶ, ପଞ୍ଚାୟତରାଜ ଓ ପାନୀୟ ଜଳ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରଦୀପ କୁମାର ଅମାତଙ୍କ ସୁବର୍ଣ୍ଣପୁର ଜ଼ିଲ୍ଲା ଗସ୍ତର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଓ ସମୀକ୍ଷା ପରେ ମନ୍ତ୍ରୀ ଶ୍ରୀ ଅମାତଙ୍କୁ ସୁବର୍ଣ୍ଣପୁର ଓ ବୌଦ୍ଧ ଅଞ୍ଚଳର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ସାକ୍ଷାତ କରିଥିଲେ। ମନ୍ତ୍ରୀଙ୍କୁ ପ୍ରଥମେ ସ୍ଵାଗତ କରି ସୁବର୍ଣ୍ଣପୁରର ସାମ୍ବାଦିକ ସ୍ବର୍ଗୀୟ ଗୋବିନ୍ଦ ଠାକୁରଙ୍କ ପରିବାରକୁ ରାଜ୍ୟ ସରକାର ପକ୍ଷରୁ ୱେଲ ଫେୟାର ପାଣ୍ଠିରୁ ଯୋଗାଇ ଦେଇଥିବା ୪ ଲକ୍ଷ ଟଙ୍କା ସହାୟତା ରାଶି ପାଇଁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ। ପଡୋଶୀ ବୌଦ୍ଧ ଜ଼ିଲ୍ଲାର ଓଡିଶା ଭାସ୍କର ଜ଼ିଲ୍ଲା ପ୍ରତିନିଧି ସ୍ବର୍ଗତ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାରଙ୍କୁ ରାଜ୍ୟ ସରକାରଙ୍କ ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ ୱେଲ ଫେୟାର ଫଣ୍ଡ୍ ରୁ ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଆବେଦନ ପ୍ରକ୍ରିୟାକୁ ତ୍ଵରାନ୍ୱିତ କରିବାକୁ ଅବଗତ କରାଇ ଶ୍ରୀ ବସ୍ତିଆଙ୍କ ଅନାଥ ପିଲାଛୁଆଙ୍କୁ ଶିକ୍ଷା କ୍ଷେତ୍ରରେ ମଧ୍ୟ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ଏବଂ କାର୍ଯ୍ୟରତ ସାମ୍ବାଦିକଙ୍କ ସୁରକ୍ଷା ଆଈନ, ପେନସନ, ଏକ୍ରିଡିଏସନ ନିୟମକୁ ପରିବର୍ତ୍ତନ ସହ ସରଳିକରଣ ଓ ଗୋପବନ୍ଧୁ ସ୍ଵାସ୍ଥ୍ୟ ବୀମା ରାଶିକୁ ୨ ଲକ୍ଷରୁ ୫ ଲକ୍ଷ ଟଙ୍କା ବୃଦ୍ଧି କରି ସାମ୍ବାଦିକଙ୍କ ସମ୍ମାନ ରକ୍ଷା କରିବାକୁ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ମନ୍ତ୍ରୀ ଶ୍ରୀ ଅମାତ ମଧ୍ୟ ବୌଦ୍ଧ ଜ଼ିଲ୍ଲା ଶୁଣ୍ଢୀପଦାର ଗାଁର ସାମ୍ବାଦିକ ଶ୍ରୀ ବସ୍ତିଆଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା ଯୋଗାଇବା ପାଇଁ ଗୁରୁତ୍ଵର ସହିତ ବହୁ ପୂର୍ବରୁ ଆଲୋଚନା କରିସାରିଛି ଓ ଏ ବିଷୟରେ ବୌଦ୍ଧ ଜ଼ିଲ୍ଲା ପ୍ରଶାସନ ଓ ସାମ୍ବାଦିକଙ୍କ ଠାରୁ ପୂର୍ଵରୁ ଅବଗତ ଅଛି ବୋଲି ସାମ୍ବାଦିକଙ୍କୁ କହି ଏ ପ୍ରସ୍ତାବ ଓ ସାମ୍ବାଦିକଙ୍କ ଏକତାକୁ ପ୍ରଶଂସା କରିଥିଲେ। ଏବଂ ବାକି ସବୁ ଦାବୀକୁ ଇଏ ତ ରାଜ୍ୟ ସ୍ତରୀୟ ଇସ୍ୟୁ ଅଛି ଏବେ, ବର୍ତ୍ତମାନ ଏହା ଉପରେ ସରକାରଙ୍କ ସହିତ ଓ ରାଜ୍ୟସ୍ତରୀୟ ବିଭିନ୍ନ ମିଡ଼ିଆ ସଂଗଠନ ସହିତ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି ବୋଲି କହିଥିଲେ।
ମନ୍ତ୍ରୀଙ୍କ ସହ ଏହି ସାକ୍ଷାତ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ପ୍ରିଣ୍ଟ ମିଡ଼ିଆ କୋଡିନେଟର ଦିଲ୍ଲୀପ ପାତ୍ର, ମନୋରଞ୍ଜନ ତ୍ରିପାଠୀ, ସନ୍ତୋଷ ମିଶ୍ର ଓ ସାମ୍ବାଦିକ ମହାଦେବ ମଲ୍ଲିକଙ୍କ ସମେତ ବୌଦ୍ଧ ଜ଼ିଲ୍ଲାର ଅବୁ ବକର ଖାଁ, କଣ୍ଟାମାଳ ବ୍ଲକର ଉଗ୍ରେସନ କର୍ମୀ ଓ ତରଣୀ ମେହେର ଯୋଗ ଦେଇଥିଲେ।