
କନ୍ଧମାଳ ,ପ୍ରେସ କ୍ଲବ ଓ ଦୈନିକ ସମାଜ ପକ୍ଷରୁ ମିଳିତ ସହଯୋଗ ରେ ବୁଧବାର ଉତ୍କଳ ମଣି ଗୋପ ବନ୍ଧୁ ଦାଶ ଙ୍କ ୯୪ ତମ ପୁଣ୍ୟ ତିଥି ଅବସରରେ ଫୁଲବାଣୀ ରକ୍ତଭଣ୍ଡାର ପରିସରରେ ଏକ ସ୍ଵେଛାକୃତ ରକ୍ତ ଦାନ ଶିବିର ର ଆୟୋଜନ କରାଯାଇଥିଲା। ଏଥିରେ ୪୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଏହି ଅବସର ରେ ମୁଖ୍ୟଅତିଥି ଭାବେଜିଲାପାଳ ଆଶିଷ ଈଶ୍ୱର ପାଟିଲ, ଓ ପ୍ରକଳ୍ପ ନିର୍ଦେଶକ ବିଶ୍ୱରଂଜନ ନାୟକ ଯୋଗ ଦେଇ ଶିବିର କୁ ଉଦଘାଟନ କରିଵା ସହ ରକ୍ତଦାତା ମାନକୁ ଉତ୍ସାହିତ କରି ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏସ ଡି ପି ଓ ମହେନ୍ଦ୍ର ନାଥ ମୁର୍ମୁ, ପୌର ନିର୍ବାହୀ ଅଧିକାରୀ ବଳଦେବ ବେହେରା,ପି ଏ, ଆଇଟିଡିଏ ବୀରେନ୍ଦ୍ର କୁମାର ଦାସ, ପୌରଧକ୍ଷା ସ୍ମିତାରାଣୀ ମହାନ୍ତି ପ୍ରମୁଖସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ପ୍ରଥମେ ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ ଓ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ରକ୍ତ ଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଅଜିତ ମହାରଣା, ଶିବ ନାୟକ, ସୂର୍ଯ୍ୟ ନାରାୟଣ ବେହେରା,କାଁହୂ ଶତପଥୀ ଙ୍କ ସମେତ ସମାଜସେବୀ ପ୍ରଦୀପ ସ୍ୱାଇଁ, ଙ୍କ ସମେତ ଟିମ ହୁମାନୀଟି ର ସଦସ୍ୟ, ଓ ଆଇଟିଆଇ ଛାତ୍ର ଛାତ୍ରୀମାନେ ସ୍ବେଛାକୃତ ରକ୍ତଦାନ କରିଥିଲେ । ଏହି ଶିବିର କୁ ବ୍ଲଡ଼ ବ୍ୟାଙ୍କ ଅଧିକାରୀ,ଡା, ଜୟଦୀପ ଘୋଷ, ଟେକନିସିଆନଦିନ କୃଷ୍ଣ ମହନ୍ତ, ତୁଷାର କାନ୍ତ ପ୍ରଧନ ଲକ୍ଷ୍ମୀ ଧର ମଣ୍ଡଳ, ସୁଜିତ ସାହୁ, ବରୁଆଁବେହେରା ସଂଯୁକ୍ତlଦଳ ଛତ୍ର ,ପ୍ରମୁଖ ସୁଚାରୁରୂପେ ପରିଚାଳନାକରିଥିଲେ ।ସେହିପରି ସାମ୍ବାଦିକ ସନ୍ତୋଷ ଦିଗଲ, ତ୍ରିନାଥ ସାହୁ, ସଦାଶିବ ପାତ୍ର, ଅଚ୍ୟୁ ତାନନ୍ଦ ସେଠୀ, ଗୋପାଳ କୃଷ୍ଣ ପଟନାୟକ, ପ୍ରମୁଖ ସହୋଯୋଗ କରିଥିଲେ ।