-
ଝିଅକୁ ଉଦ୍ଧାର ପାଇଁ ମା ଥାନାର ଦ୍ୱାରସ୍ଥ
ନୂଆପଡ଼ା, ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଫରସରା ଗ୍ରାମପଂଚାୟତର ସର୍ଗିଗୁଡା ଗ୍ରାମର ଜଗତରାମ ଜଗତ ମୃତ୍ୟୁ ହୋଇଥିଲା । ତାଙ୍କ ନାବାଳିକା ଝିଅ ବାପାର ଋଣ ସୁଝିବା ନେଇ ହାଇଦ୍ରାବାଦରେ ଇଟାଭାଟିରେ ବନ୍ଧକ ରହିଛନ୍ତି । ୬ ମାସ ପୂର୍ବେ ପରିବାର ଦାଦନ ଶ୍ରମିକ ରୂପେ ନିୟୋଜିତ ହୋଇ କରିମନଗର ଜିଲ୍ଲା ପରଣ୍ଡଲା ଗାଁ ର ସନ୍ତୋଷ ରାଓଙ୍କ ଇଟାଭାଟିରେ କାମ କରୁଥିଲେ । ତାଙ୍କ ବାପା ମୃତ୍ୟ ହୋଇଥିବା ବେଳେ ମାଁ କୈକେୟୀ ଜଗତ ସ୍ୱାମୀର ଅନ୍ତ୍ୟେଷ୍ଟି ପାଇଁ ଗାଁକୁ ଯାଇଥିଲେ । ଝିଅକୁ ଇଟାଭାଟି ମାଲିକ ଛାଡିନଥିଲେ । ଏହି ଘଟଣାକୁ ନେଇ ମାନବ ଅଧିକାର କମିଶନ ପାଖରେ ଦିଲିପ କୁମାର ଦାଶ ଏକ ମାମଲା ଦାୟର କରିଛନ୍ତି । ଏହି ଘଟଣାକୁ ମାନବ ଅଧିକାର କମିଶନ ଅତି ଗୁରୁତ୍ୱ ସହ ନେଇ ଆବଶ୍ୟକ ଉଦ୍ଧାର କାର୍ଯ୍ୟ ପାଇଁ କରିମନଗର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳ ଏହି ଘଟଣା ନେଇ ତଦନ୍ତ କରି ପରଣ୍ଡଳା ଗାଁ ରେ ସନ୍ତୋଷ ରାଓ ଇଟାଭାଟିରେ ୬୦ ଜଣ ଓଡ଼ିଆ ଶ୍ରମିକ କାମ କରୁଛନ୍ତି । ସେଥିମଧ୍ୟରୁ ୨ ଜଣ ଘରକୁ ଯାଇଛନ୍ତି । ୫୮ ଜଣ ବର୍ତମାନ ବି କାମ କରୁଛନ୍ତି । ଶ୍ରମିକଙ୍କୁ ଗୋତି ଶ୍ରମିକ ବିବେଚିତ କରି ଉଦ୍ଧାର ଏବଂ ମାଲିକ ବିରୁଦ୍ଧରେ ପଦକ୍ଷେପ ପାଇଁ ତେଲେଙ୍ଗାନା ରାଜ୍ୟ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।