-
ଜୟପୁର କୋର୍ଟରେ ବାର୍ ଆସୋସିଏସନ୍ ପକ୍ଷରୁ ଦୁଇ ଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ
ଜୟପୁର, କୋରାପୁଟରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବିରେ ଜୟପୁର କୋର୍ଟରେ ବାର୍ ଆସୋସିଏସନ୍ ପକ୍ଷରୁ ଦୁଇ ଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି । କାର୍ଯ୍ୟବନ୍ଦ କରିବା ସହ କୋର୍ଟ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଆଇନଜିବୀ । ପ୍ରତି ମାସର ଶେଷ ଦୁଇ ଦିନ ଜିଲ୍ଲା ବ୍ୟାପୀ କୋର୍ଟରେ ବନ୍ଦ ପାଳନ କରିବା ପାଇଁ ଘୋଷଣା କରାଯାଇଛି । ଏନେଇ ଗତକାଲି ବାର୍ ଆସୋସିଏସନ ପକ୍ଷରୁ ନିଷ୍ପତି ନିଆଯାଇଥିବା ସୂଚନା ମିଳିଛି ।