
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଓକିଲ ସଂଘ ପକ୍ଷରୁ ବ୍ରହ୍ମପୁରରେ ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବି ନେଇ ପ୍ରତ୍ୟେକ ମାସର ଶେଷ ୪ ଦିନ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଉଛି । ଗତକାଲି ଠାରୁ ଏହି ଆନ୍ଦୋଳନ ଚାଲିଥିବା ବେଳେ ଆଜି ସକାଳେ ସଭାପତି କପିଳେଶ୍ଵର ପଟ୍ଟନାୟକଙ୍କ ନେତୃତ୍ଵରେ ବ୍ରହ୍ମପୁର ଗଜପତି ନଗର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ବାସଭବନକୁ ଯାଇ ଓକିଲ ମାନେ ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରତିଷ୍ଠା ପାଇଁ ବିଧାୟକଙ୍କ ସହିତ ଆଲୋଚନା କରିବା ସହ ତାଙ୍କ ମଧ୍ୟସ୍ଥତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ସହିତ ଆଲୋଚନା କରି ଏହାକୁ ତ୍ଵରାନ୍ୱିତ କରିବା ପାଇଁ ଅନୁରୋଧ କରିଥିଲେ । ଏବଂ ବିଧାୟକ ଏଥିପାଇଁ ସହଯୋଗ କରିବେ ପ୍ରତିଶୃତି ଦେଇଛନ୍ତି ।