ଗଞ୍ଜାମ, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ଜଣେ ଆମ୍ବ ବ୍ୟବସାୟୀ ଅନ୍ ଲାଇନ୍ କାରବାର କରି ୧ ଲକ୍ଷ ୯୫ ହଜାର ଟଙ୍କା ଠକେଇର ଶିକାର ହୋଇଛନ୍ତି । ସାମାଜିକ ଗଣମାଧ୍ୟମରୁ ଆମ୍ବ ବ୍ୟବସାୟ ସମ୍ପର୍କିତ ଏକ ବିଜ୍ଞାପନ ଦେଖି ଉତର ପ୍ରଦେଶର ସେହି ବ୍ୟକ୍ତିଙ୍କ ନିକଟରୁ ୭ ଟନ୍ ଆମ୍ବ ଆଣିବା ପାଇଁ ଅନ୍ ଲାଇନ୍ ରେ ବିଭିନ୍ନ କିସ୍ତିରେ ବ୍ୟବସାୟୀ ଜଣକ ମୋଟ୍ ୧ ଲକ୍ଷ ୯୫ ହଜାର ଟଙ୍କା ପଠାଇଥିଲେ । ଆମ୍ବ ଆସିବା ବିଳମ୍ବ ହେବାରୁ ସେ ବାରମ୍ବାର ଉତରପ୍ରଦେଶର ସେହି ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିଥିଲେ । କିନ୍ତୁ, କିଛି ଦିନ ପରେ ଆମ୍ବ ଟ୍ରକ୍ ରାସ୍ତାରେ ଖରାପ ହୋଇଯାଇଥିବାରୁ ଆମ୍ବ ଯାଇପାରୁନାହିଁ ବୋଲି ସେ କହିଥିଲେ । ଏହି ଘଟଣାର କିଛି ଦିନ ପରେ ପୁଣି ବ୍ରହ୍ମପୁରର ବ୍ୟବସାୟୀ ଜଣକ ଉତରପ୍ରଦେଶର ସମ୍ପୃକ୍ତ ବ୍ୟକ୍ତିଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ । ଏହାପରେ ସେ ବ୍ରହ୍ମପୁର ସାଇବର ଥାନାରେ ଏନେଇ ଏତଲା କରିଥିଲେ । ଏ ସଂକ୍ରାନ୍ତରେ ବ୍ରହ୍ମପୁର ସାଇବର ଥାନା କେସ୍ ନଂ ୧୯/୨୨ ରେ ଏକ ମାମଲା ରୁଜ୍ଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଛି ।
Related Stories
November 22, 2024