କେନ୍ଦୁଝର, ବିଧାୟକ ଅମର ପ୍ରସାଦ ଶତପଥିଙ୍କ ଅଧ୍ୟକ୍ଷତୋର ଓଡିଶା ବିଧାନସଭାର ସଦାଚାର କମିଟି (ହାଉସ କମିଟି ଅନ୍ ଏଥିକ୍ସ) କେନ୍ଦୁୁଝର ଜିଲ୍ଲା ଗସ୍ତରେ ଆସିଛନ୍ତି । ବିଧାୟକ ପ୍ରଫୁଲ୍ଲ ସାମଲ, ଭୁପିନ୍ଦର ସିଂହ ଓ ଅରବିନ୍ଦ ଢାଲି ଉକ୍ତ କମିଟିର ସଦସ୍ୟ ଭାବେ ଗସ୍ତରେ ସାମିଲ୍ ହୋଇଛନ୍ତି । ଜିଲ୍ଲା ସଦର ମହକୁମା ଠାରେ ପହଂଚିବା ପେର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦରବାର ହଲ୍ ଠାରେ କମିଟି ବୁକ୍ ସାକୁର୍ଲାର-୪୭ ର କାର୍ଯ୍ୟକାରିତା ଏବଂ ବିଧାନସଭା ନିର୍ବାଚନ ମଣ୍ଡଳୀସ୍ତରୀୟ ଉନ୍ନୟନ କମିଟିର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ଆଶିଷ ଠାକରେ ସମସ୍ତଙ୍କୁ ସ୍ୱାଗତ ସମ୍ଭାଷଣ କରି ଜିଲ୍ଲାରେ ବୁକ୍ ସାର୍କୁଲାର-୪୭ ର କାର୍ଯ୍ୟକାରିତା ଓ ବିଧାନସଭା ନିର୍ବାଚନ ମଣ୍ଡଳୀସ୍ତରୀୟ ଉନ୍ନୟନ କମିଟିର କାର୍ଯ୍ୟକାରିତା ସମ୍ପର୍କରେ ନିଆଯାଇଥିବା ପଦେକ୍ଷପ ସମ୍ପର୍କରେ ଅବଗତ କରାଇଥିଲେ । ଏହି ବୈଠକରେ ଉଦବୋଧନ ଦେଇ କମିଟି ଅଧ୍ୟକ୍ଷ ଅମର ପ୍ରସାଦ ଶତପଥି କହିଥିଲେ ଯେ, ସରକାରୀ ପଦାଧିକାରୀ ଏବଂ ଲୋକ ପ୍ରତିନିଧିମାନଙ୍କ ମଧ୍ୟରେ ସୁସମ୍ପର୍କ ରହିଲେ ବିକାଶ ପ୍ରକ୍ରିୟା ତ୍ଵରାନ୍ୱିତ ହୋଇଥାଏ । ଆମ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଲୋକ ପ୍ରତିନିଧିମାନଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ, ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ଗଣତନ୍ତ୍ର ଶାସନ ବ୍ୟବସ୍ଥାକୁ ସୁଦୃଢ କରିଛି । ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ମଧ୍ୟରେ ଉତମ ସମ୍ପର୍କ ରହିଲେ ଜନସାଧାରଣ ସୁଫଳ ପାଆନ୍ତି । ଏଣୁ ସରକାରୀ ପଦାଧିକାରୀ ଏବଂ ଲୋକସଭା/ବିଧାନସଭାର ଲୋକ ପ୍ରତିନିଧିମାନଙ୍କ ମଧ୍ୟରେ ସୌହାର୍ଦ୍ଧ୍ୟପୂର୍ଣ୍ଣ ବାତାବରଣ ବିକାଶ ପାଇଁ ଅନିବାର୍ଯ୍ୟ । ଏହି ଉଦ୍ଦେଶ୍ୟ ନେଇ ବୁକ୍ ସାକୁର୍ଲାର-୪୭ ପ୍ରଣୟନ କରାଯାଇଛି । ସରକାରୀ ପଦାଧିକାରୀମାନେ ବୁକ୍ ସାର୍କୁଲାର-୪୭ ପଢିବା ସହ ଅନୁପାଳନ କଲେ ଏହା ଏକ ସୌହାର୍ଦ୍ଧ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବ । ଲୋକ ପ୍ରତିନିଧି ଓ ସରକାରୀ ପଦାଧିକାରୀମାନେ ପାରସ୍ପରିକ ବୁଝାମଣା ରଖି କାର୍ଯ୍ୟ କଲେ ଜନସାଧାରଣ ଉତମ ସେବା ପାଇପାରିବେ । ଯାହାଫଳରେ ମୁଖ୍ୟମନ୍ତ୍ରୀଙ୍କର ଚିନ୍ତାଧାରା ଓ ଅଙ୍ଗୀକାର ସଫଳ ହୋଇପାରିବ ବୋଲି କହିଥିଲେ । ଜିଲ୍ଲାପାଳଙ୍କ ନେତୃତ୍ଵରେ ଜିଲ୍ଲା ପ୍ରଶାସନ ବୁକ୍ ସାର୍କୁଲାର-୪୭ର କାର୍ଯ୍ୟକାରିତା ପାଇଁ ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଥେôଲ । କମିଟିର ସଦସ୍ୟ ପ୍ରଫୁଲ୍ଲ ସାମଲ, ଭୁପିନ୍ଦର ସିଂହ ଏବଂ ଅରବିନ୍ଦ ଢାଲି ଉଦବୋଧନ ଦେଇ ବୁକ୍ ସାର୍କୁଲାର-୪୭ ନୈତିକ ଶିକ୍ଷା ଓ ସଦାଚାର ଉପରେ ପର୍ଯ୍ୟବେସିତ ବୋଲି କହିଥିଲେ । ସାଂସଦ ଓ ବିଧାୟକମାନ ଚାହୁଁଥିବା ତଥ୍ୟ ଯଦି ସଠିକ୍ ଭାବେ ଦିଆଯାଏ, ସେମାନେ ଜନସାଧାରଣଙ୍କୁ ଅବଗତ କରାଇପାରିବେ, ଯାହାକି ବିକାଶ ପ୍ରକ୍ରିୟାରେ ସହାୟକ ହେବ । ଉଭୟ ସରକାରୀ ପଦାଧିକାରୀ ଓ ଲୋକ ପ୍ରତିନିଧିଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣା ରଖି ଜନସାଧାରଣଙ୍କୁ ସେବା ଯୋଗାଇ ଦେବାରେ ବୁକ୍ ସାର୍କୁଲାର ମାଗଦର୍ଶନ କରିଥାଏ ବୋଲି କହିଥିଲେ । ଏତଦ୍ ବ୍ୟତୀତ ବିଧାନସଭା ନିର୍ବାଚନ ମଣ୍ଡଳୀସ୍ତରୀୟ ଉନ୍ନୟନ କମିଟି ବୈଠକ ସମ୍ପର୍କରେ ଆଲୋକପାତ କରି କମିଟି ସଦସ୍ୟବୃନ୍ଦ ଲାଡ ଫଣ୍ଡର କାର୍ଯ୍ୟକାରିତା କ୍ଷେତ୍ରରେ ଦେଖା ଯାଉଥିବା ପ୍ରତିବନ୍ଧକ କିପରି ଦୂର ହେବ ଏବଂ କିପରି ଅଧିକ ସରଳୀକରଣ ହୋଇପାରିବ ଏହା ଉପେର ଗୁରୁତ୍ଵାରୋପ କରିଥିଲେ । ଓଡିଶା ପ୍ରତି ସମଗ୍ର ବିଶ୍ଵର ଦୃଷ୍ଟି ଆକର୍ଷଣ କରିବାରେ ମୁଖ୍ୟମନ୍ତ୍ରୀ ଯେଉଁ ଉଦ୍ୟମ କରୁଛନ୍ତି, ତାହା ଅବତାରଣା କରିଥିଲେ । କେନ୍ଦୁଝର ଜିଲ୍ଲା ପ୍ରତି ନିଜ ନିଜର ସଂପୃକ୍ତି, ଆବେଗ, ଭାବ ପ୍ରବଣତା ଉଲ୍ଲେଖ କରି କେନ୍ଦୁଝର ଜିଲ୍ଲାର ବିକାଶ ପାଇଁ ନୂଆ ସମ୍ଭାବନା ସୃଷ୍ଟି ହୋଇଛି ବୋଲି କମିଟି ଅଧ୍ୟକ୍ଷ ଓ ସଦସ୍ୟ କହିଥେôଲ । ବୁକ୍ ସାର୍କୁଲାର-୪୭ ସମ୍ପର୍କରେ ସରକାରୀ ଅଧିକାରୀ ଓ କମଚାରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପ୍ରଶିକ୍ଷଣ ଶିବିର ଆୟୋଜନ ଉପେର ଗୁରୁତ୍ଵାରୋପ କରିଥିଲେ । ଏସ୍ପି ମିତ୍ରଭାନୁ ମହାପାତ୍ର, ଡିଏଫଓ କେନ୍ଦୁଝର ଏଚ୍ଡି ଧନରାଜ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ ବୁକ୍ ସାର୍କୁଲାର-୪୭ର କାର୍ଯ୍ୟକାରିତା ପାଇଁ ନିଜ ନିଜ ବିଭାଗ ତରଫରୁ ନିଆଯାଇଥିବା ପଦେକ୍ଷପ ସମ୍ପର୍କରେ ଅବଗତ କରାଇଥିଲେ ।
ଅତିରିକ୍ତ ଜିଲ୍ଲାପାଳ ସୁଷମା ବିଲୁଙ୍ଗ ବୁକ୍ ସାର୍କୁଲାର-୪୭ ଅନୁପାଳନ ପାଇଁ ଜିଲ୍ଲା କାର୍ଯ୍ୟାଳୟ ତରଫରୁ ନିଆଯାଇଥିବା ପଦେକ୍ଷପ ସମ୍ପର୍କରେ ଆଲୋକପାତ କରିଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ଵ ଯଦୁମଣି ମହଲା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଆଇପିଏସ୍ ପ୍ରୋବେସନର ୟଶ ପ୍ରତାପଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଏହି ବୈଠକରେ ଯୋଗ ଦେଇଥିଲେ ।