-
ଖନ୍ତାପଡ଼ା ସ୍ଥିତ ଫାଲକନ ମେରାଇନ ଚିଙ୍ଗୁଡ଼ି ପ୍ରୋସେସିଂ ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ ଲିକ ମାମଲା । ଫ୍ୟାକ୍ଟ୍ରିର 3 ଅଧିକାରୀଙ୍କୁ ହେପାଜତରେ ନିଆଯିବା ସହ ତଦନ୍ତ ପାଇଁ ଭୁବନେଶ୍ବରରୁ ଏକ ସ୍ବତନ୍ତ୍ର ଫରେନ୍ସିକ ଟିମକୁ ବାଲେଶ୍ବର ପଠାଯାଇଛି ବୋଲି ପୋଲିସ ଡିଜି ବିକେ ଶର୍ମା ସୂଚନା ଦେଇଛନ୍ତି ।
ବାଲେଶ୍ଵର, ଗୋବିନ୍ଦ ରାଠୀ : ଖନ୍ତାପଡ଼ା ସ୍ଥିତ ଫାଲକନ ମେରାଇନ ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରେ ବଡ ଅଘଟଣ । ଆମୋନିଆ ଗ୍ୟାସ ଲିକ ହୋଇ 100ରୁ ଊର୍ଦ୍ଧ୍ବ ଅସୁସ୍ଥ । ସମସ୍ତେ ମେଡିକାଲରେ ଚିକିତ୍ସାଧୀନ । ଘଟଣା ସ୍ଥଳରେ ବାଲେଶ୍ଵର ଏସପି ଓ ଜିଲ୍ଲାପାଳ ପହଞ୍ଚିଛନ୍ତି । ଏପଟେ ଏ ନେଇ ଖନ୍ତପଡା ପୋଲିସ ଷ୍ଟେସନରେ ମାମଲା ରୁଜୁ କରାଯାଇଛି । ତେବେ ଲିକ ହୋଇଥିବା ଗ୍ୟାସ କ୍ଲୋରିନ ବୋଲି କୁହାଯାଇଛି । ତେବେ ଏହା କଣ ତାହା ତଦନ୍ତ ପରେ ଜଣାପଡିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ଜିଲ୍ଲାପାଳ ଅନ୍ୟପଟେ ଏହି ମାମଲାର ତଦନ୍ତ ପାଇଁ ଭୁବନେଶ୍ବରରୁ ଏକ ସ୍ବତନ୍ତ୍ର ଫରେନ୍ସିକ ଟିମକୁ ବାଲେଶ୍ବର ପଠାଯାଇଛି । ଏଥିସହ ଫ୍ୟାକ୍ଟ୍ରିର 3 ଅଧିକାରୀଙ୍କୁ ହେପାଜତରେ ନିଆଯାଇଛି ବୋଲି ପୋଲିସ ଡିଜି ବି.କେ ଶର୍ମା ଟ୍ବିଟ କରି ସୂଚନା ଦେଇଛନ୍ତି ।
ବୁଧବାର ସନ୍ଧ୍ୟା 8ଟା ବେଳେ ହଠାତ ଆମୋନିଆ ଗ୍ୟାସ ଲିକ ହୋଇଥିଲା । ଏହି ସମୟରେ ଫ୍ୟାକ୍ଟ୍ରିରେ ରହିଯାଇଥିବା ଲୋକଙ୍କ ଭିତରୁ ପ୍ରଥମେ 15 ଜଣ ଲୋକ ଅସୁସ୍ଥ ହୋଇଥିଲେ । ସେମାନଙ୍କୁ ଖନ୍ତାପଡା ମେଡିକାଲ ନିଆଯାଇଥିଲା ।
ପରେ ଅସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ହେବା ସହ ମେଡିକାଲରେ ଥିବା ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା । ପ୍ରାୟ 100ରୁ ଲୋକଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅସୁସ୍ଥଙ୍କ ମଧ୍ୟରେ ଛୋଟ ପିଲା ଓ ମହିଳାଙ୍କ ସଂଖ୍ୟା ଅଧିକ ଥିବା ଦେଖାଯାଇଛି । ଏ ନେଇ ମେଡିକାଲ ପ୍ରଶାସନ ପକ୍ଷରୁ ଅସୁସ୍ଥଙ୍କୁ ବ୍ୟାପକ ସ୍ବାସ୍ଥ୍ୟ ସେବା ଯୋଗାଇବା ସହ ନର୍ସ ଏବଂ ଡାକ୍ତରଙ୍କୁ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ମେଡିକାଲରେ ଜିଲ୍ଲା ପ୍ରଶାନସ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ, ଏମରଜେନ୍ସି ଅଫିସର ଉପସ୍ଥିତ ଅଛନ୍ତି । ମେଡିକାଲ ପ୍ରଶାନସ ପକ୍ଷରୁ ବ୍ୟାପକ ସେବା ଯୋଗେଇ ଦିଆଯାଇଛି ।