
ମୁମ୍ବାଇ, ମହାରାଷ୍ଟ୍ରରେ ରାଜନୈତିକ ସଂକଟ ମଧ୍ୟରେ ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି) ସୋମବାର ଦିନ ଶିବସେନା ପ୍ରବକ୍ତା ସଂଜୟ ରାଉତଙ୍କୁ ଜମି ଘୋଟାଲା ମାମଲାରେ ପଚରାଉଚୁରା ପାଇଁ ଆଜି ଇଡିର ମୁମ୍ବାଇ ଅଫିସ୍ରେ ଉପସ୍ଥିତ ରହିବା ପାଇଁ କୁହାଯାଇଛି । ଇଡି ଏହି ମାମଲାରେ ସଞ୍ଜୟ ରାଉତଙ୍କୁ ପୂର୍ବରୁ ମଧ୍ୟ ପଚରାଉଚୁରା କରିସାରିଛି ଏବଂ ଦାଦର ସ୍ଥିତ ତାଙ୍କ ଘର ଜବତ କରିସାରିଛି । ଇଡିର ନୋଟିସ୍ ଉପରେ ରାଉତ କହିଛନ୍ତି ତାଙ୍କୁ ଏବେ ପର୍ଯ୍ୟନ୍ତ କୌଣସି ନୋଟିସ୍ ମିଳିନଥିଲା ଏବଂ ଯଦି ମିଳିବ ମଧ୍ୟ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ କାରଣରୁ ମଙ୍ଗଳବାର ଦିନ ଇଡି ଅଫିସ୍ ଯିବେନାହିଁ, ଓକିଲ ଜରିଆରେ ପତ୍ର ପଠାଇ ସମୟର ଦାବି କରିବେ ।