ମାଲକାନଗିରି, ମାଲକାନଗିରି ସଦର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ପରିସରରେ ତିନି ଦିନ ଧରି ଆୟୋଜିତ ହୋଇଛି ଜିଲ୍ଲା ସାମୁହିକ ଆଚାର୍ଯ୍ୟ ପ୍ରଶିକ୍ଷଣ। ଏହି ପ୍ରଶିକ୍ଷଣରେ ମୋଟ ୧୩ଟି ଶିଶୁମନ୍ଦିରର ୧୨୦ ଜଣ ଗୁରୁଜୀ/ଗୁରୁମା ପ୍ରଶିକ୍ଷାର୍ଥୀ ରୂପେ ଯୋଗ ଦେଇଛନ୍ତି। ସନ୍ଧ୍ୟା ବନ୍ଦନା କରାଯାଇ କାର୍ଯ୍ୟକ୍ରମକୁ ଉଦଘାଟନ କରାଯାଇଅଛି।
ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ରୂପେ ତହସିଲଦାର ମାଲକାନଗିରି ରାଖାଲ ଚନ୍ଦ୍ର ପରିଡା, ମୁଖ୍ୟବକ୍ତା ରୂପେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ସହ ପ୍ରାନ୍ତ ସେବା ପ୍ରମୁଖ ରବି ରାୟ, କାର୍ଯ୍ୟକ୍ରମର ପରିଚାଳକ ରୂପେ ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ପ୍ରାନ୍ତ ଶିଶୁବାଟିକା ପ୍ରମୁଖ ତଥା ପୂର୍ଵକ୍ଷେତ୍ର ସହ ଶିଶୁବା ଟିକା ସଂଯୋଜକ ପ୍ରଦୀପ କୁମାର ମଲ୍ଲିକ, ସମ୍ମାନୀତ ଅତିଥି ଜିଲ୍ଳା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରା ଓ ଜିଲ୍ଲା ଶିକ୍ଷା ନିରୀକ୍ଷକ ତ୍ରିଲୋଚନ ଦାସ, ଅନୁଷ୍ଠାନର ଉପସଭାପତି ଅଭୟ କୁମାର ଲେଙ୍କା, ସମ୍ପାଦକ ବୁଦ୍ଧିବାମନ ନାୟକ, ସଦସ୍ୟା ପ୍ରମିଳା ମାଡକାମୀ, ମାଲକାନଗିରି ସଂକୁଳ ପ୍ରମୁଖ କବିରାଜ ପ୍ରଧାନ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥିମାନେ ସମାଜରେ ଶିକ୍ଷକଙ୍କ ଭୂମିକା, ବିଦ୍ୟାଭାରତୀ ଓ ଶିଶୁମନ୍ଦିରର ଲକ୍ଷ୍ୟ ଉଦ୍ଦେଶ୍ୟ, ନୂତନ ଜାତୀୟ ଶିକ୍ଷା ନୀତି ତଥା ଭାରତ ସ୍ଵାଧୀନତାର ଇତିହାସ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ଦୃଷ୍ଟିରୁ ସ୍ଥାନୀୟ ମାଲକାନଗିରି ଶିଶୁମନ୍ଦିର ପ୍ରଧାନଆଚାର୍ଯ୍ୟ ତଥା ମାଲକାନଗିରି ସଂକୁଳ ସଂଯୋଜକ ମନୋରଞ୍ଜନ ଦାସ ଓ ବାଲିମେଳା ଶିଶୁମନ୍ଦିର ପ୍ରଧାନ ଆଚାର୍ଯ୍ୟ ତଥା ବାଲିମେଳା ସଂକୁଳ ସଂଯୋଜକ ସରୋଜ କୁମାର ସାମଲ ଉପସ୍ଥିତ ଅଛନ୍ତି। ଏହି କାର୍ଯ୍ୟକ୍ରମରେ ଗୁରୁଜୀଗୁରୁମାଙ୍କୁ ବିଭିନ୍ନ ଶ୍ରେଣୀଗତ ବିଷୟ, ନୂତନଜାତୀୟ ଶିକ୍ଷା ନୀତି ଆଧାରିତ ଶିକ୍ଷା, ନୀତିଶିକ୍ଷା ,ଯୋଗଶିକ୍ଷା,ଆଧ୍ୟାତ୍ମିକ ଶିକ୍ଷା ସମ୍ବନ୍ଧରେ ତାଲିମ ପ୍ରଦାନ କରାଯାଉଛି ।