
ଭବାନୀପାଟଣା, ଗତକାଲି ନବ ନିଯୁକ୍ତ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡିଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜିଲ୍ଲାର ସମସ୍ତ ଅଫିସର ମାନଙ୍କୁ ଜିଲ୍ଲାରେ ଚାଲୁଥିବା ଜନ କଲ୍ୟାଣ ସରକାରୀ ଯୋଜନାକୁ ଠିକ ଭାବରେ କାର୍ଯ୍ୟକାରି କରିବାକୁ ତାଗିଦ କରିବା ସହ ଜନ ସାଧାରଣଙ୍କ ସେବାରେ ଠିକ ଭାବରେ ସହଯୋଗ କରିବାକୁ ପରାମର୍ଶ କରିଥିଲେ ଏବଂ ନିର୍ଦ୍ଧିଷ୍ଟ ପାରାମିଟରର୍ସ ଫର ଡେଭେଲପମେଣ୍ଟ ଅଫ କଳାହାଣ୍ଡି, ସହ ସମସ୍ତେ ଜନ ସେବାରେ ପହଂଚିବାକୁ ପରାମର୍ଶ ଦେଇଥିଲେ। ପରେ ଅପରାହ୍ନ ପ୍ରାୟ ସାଢେ ୫ଟାରେ ଆସନ୍ତା ରଥଯାତ୍ରା ଏବଂ ବାହୁଡା଼ ଯାତ୍ରାକୁ ସୁରୁଖୁରୁରେ ପରିଚାଳନା କରିବାକୁ ସମସ୍ତ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। ଆଇନ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଇତ୍ୟାଦି, ସମସ୍ତେ ସୁରୁଖୁରୁରେ ରଥ ଯାତ୍ରା ଓ ବାହୁଡା଼ ଯାତ୍ରା ଦେଖି ପାରିବେ, ସେଥିପ୍ରତି ସଜାଗ ହେବାକୁ ଆଲୋଚନା କରାଯାଇଥିବା ଜଣାଯାଏ।