ନୂଆଦିଲ୍ଲୀ, ପ୍ରସିଦ୍ଧ ଶିଳ୍ପପତି ପାଲୋନଜୀ ମିସ୍ତ୍ରୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ସୋମବାର ରାତ୍ରୀରେ ମୁମ୍ବାଇ ଠାରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କୁ 93 ବର୍ଷ ହୋଇଥିଲା ।
ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ – ଶ୍ରୀ ପାଲୋନଜୀ ମିସ୍ତ୍ରୀଙ୍କ ବିୟୋଗରେ ମୁଁ ଦୁଃଖୀ । ସେ ବାଣିଜ୍ୟ ଓ ଶିଳ୍ପ କ୍ଷେତ୍ରରେ ଗୁରୁତ୍ୱପୂର୍ଣ ଯୋଗଦାନ ଦେଇଛନ୍ତି । ତାଙ୍କର ପରିବାର, ବନ୍ଧୁ ଓ ଅଗଣିତ ଶୁଭଚିନ୍ତକ ମାନଙ୍କ ପ୍ରତି ମୋର ସମବେଦନା । ଇଶ୍ୱର ତାଙ୍କର ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ।